କୋଟିଆ ଅଞ୍ଚଳରେ ଆନ୍ଧ୍ରର ଆଖି: କ’ଣ ଖଣି ଲୁଟିବାକୁ!

Ordigital Desk
  • Published: Friday, 12 January 2018
  • , Updated: 12 January 2018, 11:21 PM IST
<p>ଜୟପୁର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମା କୋରାପୁଟ ଜିଲ୍ଲା କୋଟିଆ ଗାଁ ଉପରେ ଆନ୍ଧ୍ର ସରକାର ବହୁତ ଦିନ ହେଲା ଆଖି ପକାଇଛି। ଅଞ୍ଚଳବାସୀଙ୍କ ମନ ଜିଣିବା ପାଇଁ ଆନ୍ଧ୍ର କମଳ ଓ ଭତ୍ତା ବଣ୍ଟନ କରିଛି। ଏହା ପଛରେ ଆନ୍ଧ୍ରର ଦୁଇଟି କାରଣକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଗୋଟିଏ ହେଲା ଆନ୍ଧ୍ରର ରାଜନୈତିକ ଦଳ ଓ୍ୱାଇଏସ୍&zwnj;ଆର କଂଗ୍ରେସର ପତିଆରା କୋଟିଆରେ ଅଧିକ ରହିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଶାସକ ଟିଡିପି କୋଟିଆ ଅଞ୍ଚଳରେ ଟଙ୍କା ଓ କମ୍ବଳ ବାଣ୍ଟି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛି। ଦ୍ୱିତୀୟ କାରଣଟି ହେଉଛି କୋଟିଆ ଅଞ୍ଚଳରେ ବିପୁଳ ପରିମାଣର ଖଣିଜ ପଦାର୍ଥ ରହିଛି। ସେଥିପାଇଁ ଆନ୍ଧ୍ର ସରକାର ଏହି ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି।</p> <p>କୋଟିଆ ଅଞ୍ଚଳବାସୀଙ୍କ ନିକଟରେ ଆନ୍ଧ୍ରର ଭୋଟର କାର୍ଡ ରହିଛି। ଏହି ଅଞ୍ଚଳ ଲୋକେ ଗତ ବିଧାନସଭା ନିର୍ବାଚନରେ ଓ୍ୱାଇଏସ୍&zwnj;ଆର କଂଗ୍ରେସର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କୁହାଯାଉଛି। ତେଣୁ ସେମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ କ୍ଷମତାରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଚେଷ୍ଟା କରୁଛି। ସେଥିପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଧରି ଜନଶୁଣାଣି ସାଙ୍ଗକୁ ସାମାଜିକ ଯୋଜନାରେ ବାଣ୍ଟିଛି କମଳ ଓ ଭତ୍ତା। ଆନ୍ଧ୍ରର ରାଜନୈତିକ ଲଢେଇ ମଧ୍ୟରେ ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ପ୍ରତି ଓଡ଼ିଶା ସରକାର ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।</p> <p>ଆନ୍ଧ୍ରର ଦାଦାଗିରି ପଛରେ ଯେଉଁ ଅନ୍ୟ ପ୍ରମୁଖ କାରଣକୁ ନେଇ ଚାଲିଛି ଚର୍ଚ୍ଚା ଚାଲିଛି, ତାହା ହେଉଛି ଖଣିଜ ସଂପଦ। କୋଟିଆ ପଞ୍ଚାୟତ ସେମ୍ଭି ଗାଁ ନିକଟରେ ଥିବା ସୁନା ପାହାଡ଼ ସାଙ୍ଗକୁ ଦେଓମାଳି ପର୍ବତ ନିକଟରେ କୋଟିଆ ଗ୍ରାମପୁଞ୍ଜକୁ ଘେରି ରହିଥିବା ପାହାଡ଼ରେ ଲୁହା, ସୀସା ଓ ବକ୍ସାଇଟ୍ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ଥିବା କୁହାଯାଉଛି। ସେ ଦୃଷ୍ଟିରୁ ଏହି ଅଞ୍ଚଳକୁ ଅକ୍ତିଆର କରିବାକୁ ଆନ୍ଧ୍ର ମସୁଧା ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ତେବେ କୋଟିଆ ଅଞ୍ଚଳରେ ଏଯାଏଁ କୌଣସି ଖଣିଜ ସଂପଦର ସନ୍ଧାନ ମିଳିନି ବୋଲି କହିଛନ୍ତି କୋରାପୁଟ ଖଣି ଉପ-ନିର୍ଦ୍ଦେଶକ। ଅନ୍ୟପକ୍ଷରେ ଆନ୍ଧ୍ର ସରକାର ଏଠାରେ ବିକାଶମୂଳକ କାମ ହିଁ କରୁଥିବା କହିଛନ୍ତି ବିଜୟନଗରମ୍ ଜିଲ୍ଲାପାଳ ଭିବେଶ ଯାଦବ।</p>

Related story