‘କୋଟିଆ’ ପାଇଁ ଅଣ୍ଟା ଭିଡ଼ିଲେ ଆନ୍ଧ୍ର ବିଧାୟକ, ଏପଟେ ହାଇକୋର୍ଟରେ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିବାଦୀୟ କୋଟିଆର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ଏନେଇ ଖବର ପ୍ରକାଶ ପାଇବା ପରେ ଚେଇଁ ଶୋଇଥିବା ରାଜ୍ୟ ସରକାର କୋଟିଆ ମାଳ ମାଳ ଯୋଜନା ଘୋଷଣା କଲେ। ଏପରିକି ଏନେଇ ସୁପ୍ରିମକୋର୍ଟ ଯିବା ପାଇଁ ସଜବାଜ ହେଉଥିବା ବେଳେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି। ଏହାରି ଭିତରେ ଆନ୍ଧ୍ରର ସାଲୁର ବିଧାୟକ ରାଜାନ୍ନା ଦୋରା ନିଜ ସରକାର ସପକ୍ଷରେ ଯୁକ୍ତି […]

rajanna

Manoranjan Sial
  • Published: Wednesday, 10 February 2021
  • , Updated: 10 February 2021, 04:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିବାଦୀୟ କୋଟିଆର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ଏନେଇ ଖବର ପ୍ରକାଶ ପାଇବା ପରେ ଚେଇଁ ଶୋଇଥିବା ରାଜ୍ୟ ସରକାର କୋଟିଆ ମାଳ ମାଳ ଯୋଜନା ଘୋଷଣା କଲେ। ଏପରିକି ଏନେଇ ସୁପ୍ରିମକୋର୍ଟ ଯିବା ପାଇଁ ସଜବାଜ ହେଉଥିବା ବେଳେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି। ଏହାରି ଭିତରେ ଆନ୍ଧ୍ରର ସାଲୁର ବିଧାୟକ ରାଜାନ୍ନା ଦୋରା ନିଜ ସରକାର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

ରାଜାନ୍ନା ଦୋରା OTVକୁ ସାକ୍ଷାତକାର ଦେଇ କହିଛନ୍ତି- “ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଛି। ସୁପ୍ରିମକୋର୍ଟ ଏନେଇ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ମଧ୍ୟ ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି।”

ସେ ଆହୁରି କହିଛନ୍ତି,“ଏହି ମାମଲାର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ। ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି ମାମଲାର ସମାଧାନ କରିବା ଉଚିତ। ସେଠାକାର ଅଧିବାସୀ ବହୁତ ଭାଗ୍ୟବାନ। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଛନ୍ତି।”

ସେପଟେ କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନ କରିଛି ବିକାଶ ପରିଷଦ। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

 

Related story