କାର୍ଯ୍ୟରେ ଯୋଗ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର

ପୁରୀ(ଓଡ଼ିଶା ରିପୋର୍ଟର):କାର୍ଯ୍ୟରେ ଯୋଗ ଦେଇଛନ୍ତି ନବ ନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର। ‌ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଶ୍ରୀମନ୍ଦିରର ବିକାଶ, ମହାପ୍ରଭୁଙ୍କ ନୀତିକାନ୍ତି, ଆଦର୍ଶ ଗୁରୁକୂଳ ନିର୍ମାଣ ଆଦି ପ୍ରସଙ୍ଗକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ସେବାୟତ କଲ୍ୟାଣକୁ ମଧ୍ୟ ସେ ଗୁରୁତ୍ୱ […]

puri,,,

Tapaswini Nayak
  • Published: Thursday, 22 August 2019
  • , Updated: 22 August 2019, 02:57 PM IST

ପୁରୀ(ଓଡ଼ିଶା ରିପୋର୍ଟର):କାର୍ଯ୍ୟରେ ଯୋଗ ଦେଇଛନ୍ତି ନବ ନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର। ‌ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ସେ ଶ୍ରୀମନ୍ଦିରର ବିକାଶ, ମହାପ୍ରଭୁଙ୍କ ନୀତିକାନ୍ତି, ଆଦର୍ଶ ଗୁରୁକୂଳ ନିର୍ମାଣ ଆଦି ପ୍ରସଙ୍ଗକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ସେବାୟତ କଲ୍ୟାଣକୁ ମଧ୍ୟ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Related story