କୁଇ ସମାଜ ପକ୍ଷରୁ ଆସନ୍ତାକାଲି କନ୍ଧମାଳ ବନ୍ଦ

କନ୍ଧମାଳ: ଆସନ୍ତାକାଲି କନ୍ଧମାଳ ବନ୍ଦ ଡାକରା ଦେଇଛି କୁଇ ସମାଜ ସମନ୍ୱୟ ସମିତି। ୩୪ ଦଫା ଦାବି ନେଇ ସମିତି ୨୦୦୭ ମସିହାରୁ ଏହି ଆନ୍ଦୋଳନ କରି ଆସୁଛି। ଦାବି ପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ଲମ୍ୱୋଧର କହଁର କହିଛନ୍ତି। ଆସନ୍ତାକାଲି ଏକ ସାଧାରଣ ସଭା କରାଯିବା ପରେ ରାସ୍ତାରୋକ କରାଯିବ। ଏହାସହ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ […]

kandhamala-kui-samaj

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 07:06 AM IST

କନ୍ଧମାଳ: ଆସନ୍ତାକାଲି କନ୍ଧମାଳ ବନ୍ଦ ଡାକରା ଦେଇଛି କୁଇ ସମାଜ ସମନ୍ୱୟ ସମିତି। ୩୪ ଦଫା ଦାବି ନେଇ ସମିତି ୨୦୦୭ ମସିହାରୁ ଏହି ଆନ୍ଦୋଳନ କରି ଆସୁଛି। ଦାବି ପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ଲମ୍ୱୋଧର କହଁର କହିଛନ୍ତି।

ଆସନ୍ତାକାଲି ଏକ ସାଧାରଣ ସଭା କରାଯିବା ପରେ ରାସ୍ତାରୋକ କରାଯିବ। ଏହାସହ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ବଡ଼ଦିନ ଥିବାରୁ ଏହାର ପ୍ରଭାବ ଜିଲ୍ଲାରେ ପଡ଼ିବାର ଆଶଙ୍କା ଦେଖା ଦେଇଛି।

Related story