ରକ୍ତ ବାନ୍ତି କଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

କଟକ: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣ ବଳାତ୍କାରରେ ଶିକାର ହୋଇଥିବା ପୀଡିତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ତାଙ୍କୁ ରକ୍ତ ବାନ୍ତି ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୀଡିତାଙ୍କ ବିଭିନ୍ନ ପରୀକ୍ଷା କରାଯାଇଥିଲା। ପୀଡିତାଙ୍କର ଅଧିକ ଚିକିତ୍ସା ପାଇଁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି। ପୀଡ଼ିତାଙ୍କ ସହ ଡିସିପିଓ, ଜଣେ ଡାକ୍ତର ଓ ୪ଜଣ ପୋଲିସ କର୍ମଚାରୀ ଆସିଛନ୍ତି। କୁନ୍ଦୁଲି […]

koraput-rape.13-3-768x543

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 10:50 AM IST

କଟକ: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣ ବଳାତ୍କାରରେ ଶିକାର ହୋଇଥିବା ପୀଡିତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ତାଙ୍କୁ ରକ୍ତ ବାନ୍ତି ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୀଡିତାଙ୍କ ବିଭିନ୍ନ ପରୀକ୍ଷା କରାଯାଇଥିଲା। ପୀଡିତାଙ୍କର ଅଧିକ ଚିକିତ୍ସା ପାଇଁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି। ପୀଡ଼ିତାଙ୍କ ସହ ଡିସିପିଓ, ଜଣେ ଡାକ୍ତର ଓ ୪ଜଣ ପୋଲିସ କର୍ମଚାରୀ ଆସିଛନ୍ତି। କୁନ୍ଦୁଲି ପୀଡିତା କୋଟପାଡର ଆଦିବାସୀ ହରିଜନ  ବାଳିକା ଉଚ୍ଚ ବିଦ୍ୟାଳୟରେ ରହୁଥିଲେ।

ଗତ ୧୫ ତାରିଖରେ  ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Related story