ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା: ଗଣଦୁଷ୍କର୍ମର ୧୦୦ ଦିନ ପରେ ଆତ୍ମହତ୍ୟା କଲେ

କୋରାପୁଟ,(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟ।  ଆଜି ଘରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ  କୁନ୍ଦୁଲି ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଗତ ଅକ୍ଟୋବର ୧୦ ତାରିଖରେ ତାଙ୍କୁ ଗଣବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ରାଜ୍ୟବ୍ୟାପୀ ହଇଚଇ ହୋଇଥିଲା। ତେବେ  ଘଟଣାର ୧୦୦ ଦିନ ପରେ ସେ ଆଜି ଆତ୍ମହତ୍ୟା କରିଛନ୍ତି। ୧୦ ତାରିଖରେ ନବମ ଶ୍ରେଣୀରେ ପଢୁଥିବା ଏହି […]

koraput-rape.13-3-840x440

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 04:15 PM IST

କୋରାପୁଟ,(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟ।  ଆଜି ଘରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ  କୁନ୍ଦୁଲି ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଗତ ଅକ୍ଟୋବର ୧୦ ତାରିଖରେ ତାଙ୍କୁ ଗଣବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ରାଜ୍ୟବ୍ୟାପୀ ହଇଚଇ ହୋଇଥିଲା। ତେବେ  ଘଟଣାର ୧୦୦ ଦିନ ପରେ ସେ ଆଜି ଆତ୍ମହତ୍ୟା କରିଛନ୍ତି।

୧୦ ତାରିଖରେ ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

Related story