ନୂଆଦିଲ୍ଲୀରେ କୁନ୍ଦୁଲି ତାତି: ଅନଶନରେ ବସିଲେ ପୀଡ଼ିତାଙ୍କ ପରିବାର ଲୋକେ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ କୁନ୍ଦୁଲି ତାତି। କିଛି ଦିନର ନୀରବତା ପରେ ପୁଣି ତାଜା ହୋଇଛି କୁନ୍ଦୁଲି ନାବାଳିକା ଗଣବଳାତ୍କାର ନିଆଁ। ଘଟଣାର ସିବିଆଇ ତଦନ୍ତ ଦାବିରେ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟରେ ପୀଡ଼ିତାଙ୍କ ପରିବାର ଲୋକେ ଅନଶନରେ ବସିଛନ୍ତି। ପୀଡ଼ିତାଙ୍କ ପରିବାର ସହିତ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ପୂର୍ବତନ ସାଂସାଦ ପ୍ରଦୀପ ମାଝୀ ମଧ୍ୟ ସାମିଲ ହୋଇଛି।

ସଗରିଆ କହିଛନ୍ତି,“କୁନ୍ଦୁଲି ମାମଲାର ତଦନ୍ତ ଠିକ୍ ଭାବେ ହେଉନାହିଁ। ବଞ୍ଚିଥିବା ଅବସ୍ଥାରେ ମଧ୍ୟ ପୀଡ଼ିତା ଏଭଳି ଅଭିଯୋଗ କରୁଥିଲେ। ନାବାଳିକା ଆତ୍ମହତ୍ୟା ପରେ ଘଟଣାକୁ ସରକାର ଚାପିଦେବାକୁ ଉଦ୍ୟମ କରୁଛନ୍ତି। ସେଥିପାଇଁ ଘଟଣାର ସିବିଆଇ ତଦନ୍ତ ଦାବି କରୁଛି। ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବ।”

ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ କୋବ୍ରା ଯବାନ ବେଶଧାରୀମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଗଣବଳାତ୍କାର କରିଥିଲେ। ପରେ ନାବାଳିକା ଘୁସୁରି ଘୁସୁରି ରାସ୍ତାକୁ ଆସିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପରେ ନାବାଳିକାକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। ବାଦ ବିବାଦ ଭିତରେ କଟକରୁ ଘରକୁ ଫେରିଥିଲେ ନାବାଳିକା। ଘରେ କିଛି ଦିନ ରହିବା ପରେ ସେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଏବେ ମଧ୍ୟ ତଦନ୍ତ ଚାଲିଛି।

Ordigital Desk
• Published: Tuesday, 06 March 2018
• Updated: 06 March 2018, 06:41 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos