କୁଶେଇ ସେତୁକୁ ନେଇ ପୋଲିସ୍‌ ଓ ଜନତା ପୁଣି ମୁହାଁମୁହିଁ

କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲା ବେଲବାହାଳିରେ କୁଶେଇ ସେତୁକୁ ନେଇ ପୋଲିସ୍‌ ଓ ଜନତା ପୁଣି ମୁହାଁମୁହିଁ ହୋଇଥିବା ବେଳେ ଆଜି ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ୧୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଆଜି ସକାଳେ ଉତ୍ତ୍ୟକ୍ତ ଲୋକେ ଠେଙ୍ଗାବାଡ଼ି ଧରି ରାସ୍ତାକୁ ବାହାରିଥିଲେ। ଏଥିରେ ବେଲବାହାଳି, ହରିଡ଼ାପାଳ, ଜଳସୁଆଁ, ପଞ୍ଚୁପାଲୀ ଗାଁର ପୁରୁଷ, ମହିଳା ଓ ପିଲାମାନେ ସାମିଲ ହୋଇଥିଲେ। ଦିନ ସାଢ଼ ୧୧ଟା ବେଳେ ଆନ୍ଦୋଳନକାରୀ ନାଲି […]

kusai-bridge

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 08:08 PM IST

କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲା ବେଲବାହାଳିରେ କୁଶେଇ ସେତୁକୁ ନେଇ ପୋଲିସ୍‌ ଓ ଜନତା ପୁଣି ମୁହାଁମୁହିଁ ହୋଇଥିବା ବେଳେ ଆଜି ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ୧୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଆଜି ସକାଳେ ଉତ୍ତ୍ୟକ୍ତ ଲୋକେ ଠେଙ୍ଗାବାଡ଼ି ଧରି ରାସ୍ତାକୁ ବାହାରିଥିଲେ। ଏଥିରେ ବେଲବାହାଳି, ହରିଡ଼ାପାଳ, ଜଳସୁଆଁ, ପଞ୍ଚୁପାଲୀ ଗାଁର ପୁରୁଷ, ମହିଳା ଓ ପିଲାମାନେ ସାମିଲ ହୋଇଥିଲେ। ଦିନ ସାଢ଼ ୧୧ଟା ବେଳେ ଆନ୍ଦୋଳନକାରୀ ନାଲି ପତାକା ପୋତିଥିବା ସ୍ଥାନରେ ଏକଜୁଟ୍‌ ହୋଇଥିଲେ ଓ ଏହାକୁ ଅତିକ୍ରମ ନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ।

ଖବର ପାଇ ଅପରାହ୍ନରେ ରାମଚନ୍ଦ୍ରପୁର ଥାନା ପାଖରୁ ୧୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ସେତୁ ଅଭିମୁଖେ ବାହାରିଥିବା ବେଳେ ବାଟରେ ସେମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

 ଗତକାଲି ହୋଇଥିବା ପୋଲିସ୍‌ ଓ ଜନତା ମୁହାଁମୁହିଁରେ ୨ ଜଣ ପୋଲିସ୍ ଓ ୫ ଜଣ ଗ୍ରାମବାସୀ ଆହତ ହୋଇଥିଲେ।

Related story