କେହି ବୁଝୁ ନାହାଁନ୍ତି କୁଟିଆ କନ୍ଧଙ୍କ କଥା? ନା ସରକାର ନା ପ୍ରଶାସନ

କନ୍ଧମାଳ(ଓଡ଼ିଶା ରିପୋର୍ଟର): ଯୋଜନା ପରେ ଯୋଜନା ହେଉଛି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ କୁଟିଆ କନ୍ଧଙ୍କ ଚାଲି ଚଳଣି, ଜୀବନ ଧାରା କାଲି ଯେମିତି ଥିଲା, ଆଜି ବି ସେମିତି ଅଛି। ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ମୌଳିକ ସୁବିଧା। ଜଙ୍ଗଲ ହିଁ ସେମାନେଙ୍କ ବାପା ମାଆ। କନ୍ଧମାଳ ଜିଲ୍ଲା ଦେଶୁ ଘାଟି ଗାଁରେ କେମିତି ଅଛନ୍ତି କୁଟିଆ କନ୍ଧ ଆସନ୍ତୁ ଜାଣିବ।

ଏହି ଗାଁରେ ରହୁଥିବା ୨୫ଟି କୁଟିଆ କନ୍ଧ ପରିବାରର ମୁଖ୍ୟ ଖାଦ୍ୟ ଏବେ ବି ମାଣ୍ଡିଆ, କୁଇରି, କନ୍ଦା, କରଡ଼ି ଇତ୍ୟାଦି। ଜଙ୍ଗଲରୁ ବନଜାତ ଦ୍ରବ୍ୟ, ପତ୍ର, ବାଉଁଶ ସଂଗ୍ରହ କରି ସେଥିରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଏମାନେ ଚଳନ୍ତି। ସରକାରଙ୍କ ସାହାଯ୍ୟ କହିଲେ ମିଳୁଛି କେବଳ ଟଙ୍କିକିଆ ଚାଉଳ। କୁଟିଆ କନ୍ଧଙ୍କ ବିକାଶ ଲାଗି ସରକାରଙ୍କ ତରଫରୁ ୧୯୭୮ରୁ ସ୍ୱତନ୍ତ୍ର ଭାବେ କାମ କରୁଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା। ଏହାର ଅଫିସରେ ଅନେକ ସମୟରେ ତାଲା ଝୁଲୁଥାଏ। ଗତବର୍ଷଠାରୁ କୁଟିଆ କନ୍ଧ ଭଳି ଆଦିମ ଜନଜାତିଙ୍କ ବିକାଶ ଲାଗି ଏହି ଅଞ୍ଚଳରେ ସୌରଭ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା କାମ କରୁଛି।  ଆଦିମ ଅଧିବାସୀଙ୍କ ସଶକ୍ତିକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି।  କିନ୍ତୁ କୁଟିଆ କନ୍ଧଙ୍କ ପାଖରେ ପହଞ୍ଚି ପାରିନାହିଁ କୌଣସି ଯୋଜନାର ସୁଫଳ।

ଏତେ ଅଭାବ ଅସୁବିଧା ସତ୍ତ୍ୱେ ନିଜ ପରମ୍ପରାକୁ ଭୁଲି ନାହାନ୍ତି କୁଟିଆ କନ୍ଧ।  ବିଭିନ୍ନ ପର୍ବପର୍ବାଣୀରେ ସେମାନେ ଗାଁ ଦାଣ୍ଡରେ ନାଚି ଗାଇ ଖୁସି ମନାଇଥାନ୍ତି।

Ordigital Desk
• Published: Monday, 19 March 2018
• Updated: 19 March 2018, 09:32 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos