ହକ୍ ପାଇଁ ଜିଲ୍ଲାପାଳ ଅଫିସ ଘେରାଉ କଲେ ଶ୍ରମିକ

କେନ୍ଦୁଝର( ପ୍ରଣୟ ପାଣି):୭ ଦଫା ଦାବିରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ଶତାଧିକ ଶ୍ରମିକ। ଦୀର୍ଘଦିନ ଧରି ଯୋଡ଼ା ବ୍ଲକ୍‌ ଜଂଜାଙ୍ଗ ସ୍ଥିତ ରୁଙ୍ଗଟା ଖଣି କମ୍ପାନୀର ଶତାଧିକ ଶ୍ରମିକ ନିଜର ହକ୍ ପାଇଁ ବାରମ୍ବାର କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଶୁଣି ନଥିଲେ। ଫଳରେ ଆଜି ବାଧ୍ୟ ହୋଇ ଭାରତୀୟ ମଜଦୁର ସଂଘ ସହ ସହ ବନ୍ଧିତ ଜଂଜାଙ୍ଗ ମାଇନ୍ସ ମଜଦୁର ସଂଘର କର୍ମୀ କେନ୍ଦୁଝର ଜିଲ୍ଲାପାଳ ଘେରାଉ କରିଥିଲେ। […]

rpp

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 03:49 PM IST

କେନ୍ଦୁଝର( ପ୍ରଣୟ ପାଣି):୭ ଦଫା ଦାବିରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ଶତାଧିକ ଶ୍ରମିକ। ଦୀର୍ଘଦିନ ଧରି ଯୋଡ଼ା ବ୍ଲକ୍‌ ଜଂଜାଙ୍ଗ ସ୍ଥିତ ରୁଙ୍ଗଟା ଖଣି କମ୍ପାନୀର ଶତାଧିକ ଶ୍ରମିକ ନିଜର ହକ୍ ପାଇଁ ବାରମ୍ବାର କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଶୁଣି ନଥିଲେ।

ଫଳରେ ଆଜି ବାଧ୍ୟ ହୋଇ ଭାରତୀୟ ମଜଦୁର ସଂଘ ସହ ସହ ବନ୍ଧିତ ଜଂଜାଙ୍ଗ ମାଇନ୍ସ ମଜଦୁର ସଂଘର କର୍ମୀ କେନ୍ଦୁଝର ଜିଲ୍ଲାପାଳ ଘେରାଉ କରିଥିଲେ।

୩୮ ମାସର ବର୍ଦ୍ଧିତ ବକେୟା ଦରମା ପ୍ରଦାନ, ଶ୍ରମିକଙ୍କ ଠାରୁ ବିଭିନ୍ନ ଆଳରେ ବେଆଇନ ଚାନ୍ଦା ଆଦାୟ ବନ୍ଦ ଓ କାର୍ଯ୍ୟରତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ ଭଳି ଦାବି କରିଛନ୍ତି। ତେବେ ଏନେଇ ରୁଙ୍ଗଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story