ଶ୍ରମିକ ମୃତ୍ୟୁକୁ ନେଇ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା

ଆଠଗଡ଼(ନୀଳକଣ୍ଠ ଦୋରା): ଶ୍ରମିକ ମୃତ୍ୟୁକୁ ନେଇ ଆଠଗଡ଼ ସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କ ନାଁ ମାନସ ସ୍ୱାଇଁ। ଘର ଦ୍ୱାରାବତୀପୁରରେ। ମାନସଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ଗେଟ୍ ଆଗରେ ଶ୍ରମିକମାନେ ଧାରଣା ଦେଇଛନ୍ତି ।

ଗତକାଲି ପ୍ଲାଣ୍ଟ ପରିସରରେ ଡମ୍ପର ମାଡ଼ି ଯିବାରୁ ମାନସ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।