ଯେଉଁ ବୟସରେ କାଗଜ କଲମ ଧରିବା କଥା, ସେହି ବୟସରେ ଧରୁଛି ଏକ୍ସିଲେଟର

ଜୟପୁର( ଟି.ଗୌରୀ ଶଙ୍କର) : ଯେଉଁ ବୟସରେ ହାତ କାଗଜ କଲମ ଧରିବା କଥା, ସେହି ହାତ ଆଜି ଧରୁଛି ଏକ୍ସିଲେଟର।  ସବୁ ବାଧା ବିଘ୍ନକୁ ଭୁଲି ଅଟୋ ଚଲାଇବା ସହ କରୁଛନ୍ତି ପରିବାର  ପୋଷଣ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଖଜୁରିଗୁଡାର ମହିଳା ଅଟୋ ଡ୍ରାଇଭର ସୁଲତା ଗୋଲରୀ।  ବୟସ ମାତ୍ର ୧୮ । ହେଲେ ମନରେ  ଅଦମ୍ୟ ସାହାସ। ତିନି ଭାଇ ଭଉଣୀଙ୍କଠାରୁ ସୁଲତା ସବୁଠାରୁ ବଡ଼। ଦୀର୍ଘ ଦୁଇ ବର୍ଷ ହେଲା ସୁଲତାଙ୍କ […]

ert

Tapas Behera
  • Published: Sunday, 22 September 2019
  • , Updated: 22 September 2019, 09:12 PM IST

ଜୟପୁର( ଟି.ଗୌରୀ ଶଙ୍କର) : ଯେଉଁ ବୟସରେ ହାତ କାଗଜ କଲମ ଧରିବା କଥା, ସେହି ହାତ ଆଜି ଧରୁଛି ଏକ୍ସିଲେଟର।  ସବୁ ବାଧା ବିଘ୍ନକୁ ଭୁଲି ଅଟୋ ଚଲାଇବା ସହ କରୁଛନ୍ତି ପରିବାର  ପୋଷଣ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଖଜୁରିଗୁଡାର ମହିଳା ଅଟୋ ଡ୍ରାଇଭର ସୁଲତା ଗୋଲରୀ।  ବୟସ ମାତ୍ର ୧୮ । ହେଲେ ମନରେ  ଅଦମ୍ୟ ସାହାସ। ତିନି ଭାଇ ଭଉଣୀଙ୍କଠାରୁ ସୁଲତା ସବୁଠାରୁ ବଡ଼। ଦୀର୍ଘ ଦୁଇ ବର୍ଷ ହେଲା ସୁଲତାଙ୍କ ବାପା ରୋଗାଗ୍ରସ୍ତ।  ଆର୍ଥିକ ସ୍ଥିତି ଭଲ ନଥିବାରୁ ଶେଷରେ ବାଧ୍ୟ ହୋଇ ଘରୁ ଗୋଡ଼ କାଢିଥିଲେ ସୁଲତା।  ବାପା ଅଟୋ ଡ୍ରାଇଭର ହୋଇଥିବାରୁ ଝିଅକୁ ମଧ୍ୟ ଅଟୋ ଚଲାଇବା ଶିଖାଇଦେଇଥିଲେ।  ଆଉ ଶେଷରେ ବାପାଙ୍କ ସହ ହାତ ମିଳାଇ ପେଟ ପାଟଣା ପାଇଁ ଆଗକୁ ଆସିଥିଲେ।

ସୁଲତା ଭଲ ପାଠ ମଧ୍ୟ ପଢ଼ନ୍ତି। ମାଟ୍ରିକ୍‌ ପରୀକ୍ଷାରେ ଭଲ ମାର୍କ ରଖି ପାସ୍‌ କରିବା ପରେ ଇଚ୍ଛା ଥିଲା କଲେଜରେ ନାମ ଲେଖାଇବା ପାଇଁ। ହେଲେ ଅର୍ଥ ଅଭାବରୁ ସେ ଇଚ୍ଛା ଇଚ୍ଛାରେ ରହିଯାଇଥିଲା। ଏବେବି ସୁଲତା ପାଠ ପଢୁ ଏହା ହିଁ ତାଙ୍କ ବାପାଙ୍କ ଇଚ୍ଛା।  ଗାଁ ଝିଅ ଅଟୋ ଚଲାଉଥିବାରୁ ଗାଁ ଲୋକେ ମଧ୍ୟ ବେଶ ଖୁସି। ତେବେ ସରକାରୀ ସୁବିଧା ମିଳିପାରିଲେ ସୁଲତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି।

 

Related story