ଲେଡି ଡନ୍ଙ୍କୁ ଧରିବା ପାଇଁ ପୁଲିସ ନାକେଦମ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ କବ୍ଜାରେ ଲେଡି ଡନ୍। ଚଳାଇଥିଲେ କଙ୍ଗାରୁ କୋର୍ଟ। ଥାନାକୁ ନୁହେଁ ସେ କରୁଥିଲେ ମୀମାଂସା। ଛେଳି ଚୋରି ଲାଗି ୨ ଜଣଙ୍କ ହତବାନ୍ଧି ରାସ୍ତାରେ ଚଲାଇ ଚଲାଇ ଶାସ୍ତି ଦେଉଥିଲେ। ଏୟାର ଫିଲଡ୍ ପୁଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ଗଲା ବେଳେ ସେମାନଙ୍କୁ ମଧ୍ୟ ରୁବାବ ଦେଖାଇଥିଲା ଲେଡି ଡନ୍। ଥାନା ନୁହଁ ସେ କରୁଥିଲେ ଫଇସଲା। କହୁଥିଲେ ଏଫଆଇଆର ଦେବି ନାହିଁ କି ଥାନାକୁ ଯିବ ନାହିଁ। ମୁଁ ନିଜେ ହିଁ ଅଭିଯୁକ୍ତଙ୍କୁ ଦଣ୍ଡ ଦେବି। ଏପରିକି ମହିଳା ଜଣକ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଶେଷରେ ପୁଲିସ ଉକ୍ତ ଲେଡି ଡନ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।