‘୨ ଲକ୍ଷ ପାଇଁ ଆମ ଝିଅକୁ ମାରି ଟାଙ୍ଗି ଦେଲେ’

ସାଲେପୁର(ମନୋଜ ଆଚାର୍ଯ୍ୟ): ‘୨ ଲକ୍ଷ ଯୌତୁକ ପାଇଁ ଆମ ଝିଅର ଜୀବନ ନେଇଗଲେ ଶାଶୁ ଘର ଲୋକେ। ପିଟି ପିଟି ମାରିଦେବା ପରେ ତାକୁ ଆଣି ମେଡିକାଲରେ ପକାଇ ଦେଇ ପଳାଇଲେ।’  ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଅଧୀନ ମାହାଙ୍ଗା ମେଡିକାଲରେ ଦେଖିବାକୁ ମିଳିଥିବା ବେଳେ ଏପରି ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ପରିବାର ଲୋକେ । ମୃତା ମହିଳା ହେଲେ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ଝିଅ ଝୁନି ସିଂହ । ଯାଜପୁର ଜିଲ୍ଲା […]

pic

pic

Niharika Rout
  • Published: Friday, 11 November 2022
  • Updated: 11 November 2022, 12:24 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ‘୨ ଲକ୍ଷ ଯୌତୁକ ପାଇଁ ଆମ ଝିଅର ଜୀବନ ନେଇଗଲେ ଶାଶୁ ଘର ଲୋକେ। ପିଟି ପିଟି ମାରିଦେବା ପରେ ତାକୁ ଆଣି ମେଡିକାଲରେ ପକାଇ ଦେଇ ପଳାଇଲେ।’  ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଅଧୀନ ମାହାଙ୍ଗା ମେଡିକାଲରେ ଦେଖିବାକୁ ମିଳିଥିବା ବେଳେ ଏପରି ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ପରିବାର ଲୋକେ । ମୃତା ମହିଳା ହେଲେ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ଝିଅ ଝୁନି ସିଂହ ।

ଯାଜପୁର ଜିଲ୍ଲା ପତରାଜପୁର ଗାଁର ଗଣେଶ୍ୱର ସାହୁଙ୍କୁ କୁନି ସିଂହ ୨୦୧୬ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ ୫ ବର୍ଷର ପୁଅ ଅଛି। ଏହାପରେ ବି ଅଧିକ ୨  ଲକ୍ଷ ଯୌତୁକ ଆଣିବା ପାଇଁ ଶାଶୁ ଘର ଲୋକେ କୁନିଙ୍କୁ ନିର୍ଯାତନା ଦେଉଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ଝୁନି ସିଂହଙ୍କ ଶାଶୁ ଘର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରି ମାହାଙ୍ଗା ମେଡିକାଲ ଆଣିଥିଲେ।   ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ମୃତଦେହ ପଡ଼ିଥିବା ବେଳେ ଶାଶୁ ଘର ଲୋକେ ପଳାଇଥିଲେ।

ଖବର ପାଇ ଗତ ରାତିରେ କୁନିଙ୍କ ବାପଘର ଲୋକେ ମାହାଙ୍ଗା ମେଡିକାଲରେ ପହଞ୍ଚିଥିବା ବେଳେ ସେମାନଙ୍କୁ କିନ୍ତୁ ମୃତଦେହ ନିକଟକୁ ଛଡ଼ା ଯାଇ ନ ଥିଲା। ଫଳରେ ଗତକାଲିଠୁ ଆଜି ପର୍ଯ୍ୟନ୍ତ ସେମାନେ ଅଖିଆଅପିଆ ମେଡିକାଲ ସମ୍ମୁଖରେ ପଡ଼ି ରହିଥିଲେ। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହକୁ ଦେଖିବାକୁ ପରିବାର ଲୋକଙ୍କୁ ଅନୁମତି ଦେଇଥିଲା।

ଯୌତୁକ ପାଇଁ ଆମ ଝିଅକୁ ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା କୁନିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos