ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଦାଦାଗିରି। ଶପିଂ ମଲ୍‌ରେ ପଶି ମନଇଚ୍ଛା କିଣାକିଣି କଲେ।  ଆଉ ପେମେଣ୍ଟ ନକରି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ମଲ୍‌ କର୍ମଚାରୀ ପେମେଣ୍ଟ କରିବାକୁ କହିବାରୁ ତାଙ୍କ ଉପରେ ତାତି ଯାଇଥିଲେ ସମ୍ପୃକ୍ତ ମହିଳା। ରେପ୍‌ କେସ୍‌ରେ ଫସାଇଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯାହା ଏବେ ରାଜଧାନୀରେ ମୁଖ୍ୟ ଆଲୋଚାନାର ବିଷୟ ପାଲଟିଛି। ଅଭିଯୋଗରୁ ପ୍ରକାଶ, ଗତକାଲି ଜଣେ ମହିଳା ଏକ ଦାମୀ କାର୍‌ରେ ତାଙ୍କର ପୁରୁଷ […]

Untitled-3

Manoranjan Sial
  • Published: Friday, 07 August 2020
  • , Updated: 07 August 2020, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଦାଦାଗିରି। ଶପିଂ ମଲ୍‌ରେ ପଶି ମନଇଚ୍ଛା କିଣାକିଣି କଲେ।  ଆଉ ପେମେଣ୍ଟ ନକରି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ମଲ୍‌ କର୍ମଚାରୀ ପେମେଣ୍ଟ କରିବାକୁ କହିବାରୁ ତାଙ୍କ ଉପରେ ତାତି ଯାଇଥିଲେ ସମ୍ପୃକ୍ତ ମହିଳା। ରେପ୍‌ କେସ୍‌ରେ ଫସାଇଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯାହା ଏବେ ରାଜଧାନୀରେ ମୁଖ୍ୟ ଆଲୋଚାନାର ବିଷୟ ପାଲଟିଛି।

ଅଭିଯୋଗରୁ ପ୍ରକାଶ, ଗତକାଲି ଜଣେ ମହିଳା ଏକ ଦାମୀ କାର୍‌ରେ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ତମାଣ୍ଡୋରେ ଥିବା ଏକ ଶପିଂ ମଲ୍‌କୁ ଆସିଥିଲେ। ଶପିଂ ମହଲରେ ବୁଲାବୁଲି କରି କିଣାକିଣି କରିଥିଲେ। ସେ ୪୬ ହଜାର ଟଙ୍କାରୁ ଅଧିକ ଟଙ୍କାର ଶପିଂ କରିଥିଲେ। ଶପିଂ ପରେ ପେମେଣ୍ଟ କରିବାକୁ ମହିଳାଙ୍କୁ କୁହାଯାଇଥିଲା। ହେଲେ ସେ ପେମେଣ୍ଟ କରିବା ପରିବର୍ତ୍ତେ ଶପିଂ ମଲ୍‌ କର୍ମଚାରୀଙ୍କୁ ଧମକ ଚମକ ଦେଇଥିଲେ।

ରେପ୍‌ କେସ୍‌ରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ଶପିଂ ମଲ୍‌ କର୍ମଚାରୀ ଜଣକ ଡରି ଯାଇଥିଲେ। ଏହାର ସୁଯୋଗ ନେଇ ମହିଳା ଜଣକ କିଣି ଥିବା ସାମଗ୍ରୀ ଧରି ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ପଳାଇ ଯାଇଥିଲେ। ଏ ସବୁ ଘଟଣା ସିସିଟିଭିରେ କଏଦ ହୋଇଛି।

ଏନେଇ ଶପିଂ ମଲ୍‌ କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

Related story