ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ମୋ ସହିତ ଏମିତି ବ୍ୟବହାର କରୁଥିଲେ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): କ୍ୟାମ୍ପରେ ନିର୍ଯାତନା ଅସହ୍ୟ ହେଲା। ତେଲୁଗୁ ଓ ଛତିଶଗଡ଼ି ମାଓ ନେତାମାନେ ଦେଉଥିଲେ ଅକଥନୀୟ ନିର୍ଯାତନା। ସେଥିପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହିଁଲି। ଆଜି ନୂଆପଡ଼ା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ ବେଳେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମହିଳା ମାଓବାଦୀ ସୁମିତ୍ରା ଧରୁଆ। ତାଙ୍କ(ସୁମିତ୍ର)ଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୧୬ ଏପ୍ରିଲ ମାସରେ ସୁମିତ୍ରା ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ସେ ନୂଆପଡ଼ା-ମେନପୁର ଡିଭିଜନରେ କାର୍ଯ୍ୟ କରୁଥିଲେ। […]

naxal surrender infront of nuapada sp

Rakesh Mallick
  • Published: Thursday, 08 March 2018
  • , Updated: 08 March 2018, 11:05 PM IST

ନୂଆପଡ଼ା(ଓଡ଼ିଶା ରିପୋର୍ଟର): କ୍ୟାମ୍ପରେ ନିର୍ଯାତନା ଅସହ୍ୟ ହେଲା। ତେଲୁଗୁ ଓ ଛତିଶଗଡ଼ି ମାଓ ନେତାମାନେ ଦେଉଥିଲେ ଅକଥନୀୟ ନିର୍ଯାତନା। ସେଥିପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହିଁଲି। ଆଜି ନୂଆପଡ଼ା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ ବେଳେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମହିଳା ମାଓବାଦୀ ସୁମିତ୍ରା ଧରୁଆ। ତାଙ୍କ(ସୁମିତ୍ର)ଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

୨୦୧୬ ଏପ୍ରିଲ ମାସରେ ସୁମିତ୍ରା ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ସେ ନୂଆପଡ଼ା-ମେନପୁର ଡିଭିଜନରେ କାର୍ଯ୍ୟ କରୁଥିଲେ। ଏଥିପାଇଁ ସେ ତାଲିମ ମଧ୍ୟ ଦେଇଥିଲେ। ପ୍ରଥମ ଦଫାରେ ୫ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନ ତାଲିମ ନେଇଥିଲେ। ଦିନକୁ ଦିନ ତେଲୁଗୁ ଓ ଛତିଶଗଡ଼ି କ୍ୟାଡେଟ୍‌ଙ୍କ ପତିଆ ମାଓ କ୍ୟାମ୍ପରେ ପଢ଼ିବାରେ ଲାଗିଲା। କ୍ୟାମ୍ପରେ ରହୁଥିବା ମହିଳା ମାଓବାଦୀଙ୍କୁ ଦିଆଗଲା ନିର୍ଯାତନା। ତେବେ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମସମର୍ପଣ କରୁଛି ବୋଲି ସୁମିତ୍ର କହିଛନ୍ତି।

Related story