ରୂପେଶଙ୍କୁ ଟଙ୍କା ଦେଇଛି ରାମକୋ ! ବିରୋଧୀଙ୍କ ଅଭିଯୋଗ ଭାଗ ନେଇଛି ବିଜେଡି

ଯାଜପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ରୂପେଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାମ୍‌କୋର କାମ କରୁଥିବା L&T କୋଟି କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପଟେ ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ବିଜେପି ସଭ୍ୟମାନେ ଆଜି ବି ବିଧାନସଭା ଗୃହ କାର୍ଯ୍ୟରେ ଯୋଗ ନଦେଇ ବାହାରେ ହୋହଲ୍ଲା କରିଥିଲେ। ଏମିତିକି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣି ସରକାରଙ୍କୁ ନିଶାନା କରିଥିଲେ ବିଜେପି ବିଧାୟକ।  ୩ […]

4321

Tapas Behera
  • Published: Monday, 18 November 2019
  • , Updated: 18 November 2019, 08:42 PM IST

ଯାଜପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ରୂପେଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାମ୍‌କୋର କାମ କରୁଥିବା L&T କୋଟି କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି।

ଅନ୍ୟପଟେ ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ବିଜେପି ସଭ୍ୟମାନେ ଆଜି ବି ବିଧାନସଭା ଗୃହ କାର୍ଯ୍ୟରେ ଯୋଗ ନଦେଇ ବାହାରେ ହୋହଲ୍ଲା କରିଥିଲେ। ଏମିତିକି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣି ସରକାରଙ୍କୁ ନିଶାନା କରିଥିଲେ ବିଜେପି ବିଧାୟକ।  ୩ ଘଣ୍ଟା ଧରି ଧାରଣା ଦେବା ପରେ ସବୁ ବିଧାୟକ ବାହାରିଥିଲେ ରାଜଭବନ। ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିଥିଲେ, ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଶାସକ ଦଳର ବିଧାୟକ ଘଣ୍ଟ ଘୋଡାଉଛନ୍ତି। ରୂପେପେଶ ଭଦ୍ର ସହ ଘଟଣା ଦିନ ରଙ୍ଗଶାଳାରେ ସମତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ରାମକୋ ଅଧିକାରୀ ଉପସ୍ଥିତ ଥିବା ଅଭିଯୋଗ କରିବା ସହ ସେମାନଙ୍କୁ ବିରୋଧରେ ବି ୩୦୨ ଦଫା ଲଗାଇ ତଦନ୍ତ କରିବାକୁ ଦାବି କରିଥିଲେ।

ଏପଟେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାମକୋର ଠିକା କାମ ନେଇଥିବା ଏଲଆଣ୍ଡଟି ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ପଠାଇବା ଘଟଣାକୁ ନୂଆ ମୋ଼ଡ ଦେଇଛି । ବିରୋଧୀ ଅଭିଯୋଗ କରିଛନ୍ତି ରାମକୋ ଓ ରୂପେଶଙ୍କ ମଧ୍ୟରେ ତିନି କୋଟିର ଟଙ୍କା କାରବାର ହୋଇଛି।  ସ୍ମିତାରାଣୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ ୧୮ ଅକ୍ଟୋବରରେ ଆସିଛି ୨ ଲକ୍ଷ ୪୦ ହଜାର ଟଙ୍କା । ରୂପେଶ ଜେଲରେ ଥିବା ବେଳେ ୨୩ ତାରିଖରେ  ଆସିଛି ୪୮ ହଜାର ୪୬ଟଙ୍କା । ପୂର୍ବରୁ୪ ଅକ୍ଟୋବରରେ ଦୁଇଟି ପର୍ଯ୍ୟାୟରେ ୩ ଲକ୍ଷ ୯୫ ହଜାର ଓ ୨ ଲକ୍ଷ ୮୭ ହଜାର ଟଙ୍କା ଆସିଥିଲା। ଏହି ମାସ ୬ ତାରିଖରେ ୩ ଲକ୍ଷ ୩ ହଜାର ଓ  ୧୪ ତାରିଖରେ ୬ ଲକ୍ଷ ୩୭ ହଜାର ପଠାଇଛି ଏଲଆଣ୍ଡ ଟି । ଆଜି ରୂପେଶଙ୍କ ଆକାଉଣ୍ଟରୁ ଚିନ୍ମୟ ଶତପଥୀ ନାମକ କେହି ବ୍ୟକ୍ତି ୫ଲକ୍ଷ ଟଙ୍କା ଉଠାଇଛନ୍ତି। ରାଜ୍ୟପାଳଙ୍କୁ ଫେରାଦ୍ ହେଲା ବେଳେ ବିଜେପି ଅଭିଯୋଗ କରିଛି ଯେ, ରୂପେଶଙ୍କ ମାଧ୍ୟମରେ ରାମକୋ ବିଜେଡିକୁ ପାଣ୍ଠି ଯୋଗାଉଥିଲା । କଂଗ୍ରେସ ମଧ୍ୟ ସନ୍ଦେହଜନକ ଟଙ୍କା କାରବାର ନେଇ ପ୍ରଶ୍ନ ଉଠାଇଛି।

ସେପଟେ ରାମକୋ କର୍ତ୍ତୃପକ୍ଷ କହିଛନ୍ତି, ରୂପେଶ ସହ ସେମାନଙ୍କର କୌଣସି ଆର୍ଥିକ କାରବାର  ହୋଇନାହିଁ। ଏଲ୍ଆଣ୍ଡଟିକୁ ସେମାନ ନିର୍ମାଣ କାମ ଦେଇଥିବା ବେଳେ ସେ କାହାକୁ ଭେଣ୍ଡର ଭାବେ  କାମ ଦେଇଛନ୍ତି ତାହା ସେମାନଙ୍କ ପାଖରେ ଖବର ନାହିଁ।

Related story