ପ୍ରେମ ପାଇଁ ଭୁଲିଗଲେ ଦାମ୍ପତ୍ୟ ଜୀବନ; ସଂସାରକୁ ପଛ କରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଲଖନପୁର: ବିବାହ ପରେ ମଧ୍ୟ ପ୍ରେମ। କିନ୍ତୁ ଏହି ପ୍ରେମକୁ ଉଭୟ ପରିବାର ବିରୋଧ କରୁଥିଲେ। ଏହା ସତ୍ତ୍ୱେ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଧରାପଡ଼ିବା ପରେ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଉଭୟ ବିଷ ପିଇ ଆତ୍ମହତ୍ୟା କଲେ। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଘଟିଛି। ଲଖନପୁର ମଚିଦା ଗାଁର ଶଙ୍କର ପଧାନ ଜଣେ ବିବାହିତ ଯୁବକ। କିନ୍ତୁ ସେ ଭଲ ପାଉଥିଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ସୁଜାତା ଧରେଇଙ୍କୁ(ମହିଳା)। ଏମାନଙ୍କ […]

lakhanpur sucid

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 06:30 PM IST

ଲଖନପୁର: ବିବାହ ପରେ ମଧ୍ୟ ପ୍ରେମ। କିନ୍ତୁ ଏହି ପ୍ରେମକୁ ଉଭୟ ପରିବାର ବିରୋଧ କରୁଥିଲେ। ଏହା ସତ୍ତ୍ୱେ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଧରାପଡ଼ିବା ପରେ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଉଭୟ ବିଷ ପିଇ ଆତ୍ମହତ୍ୟା କଲେ। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଘଟିଛି।

ଲଖନପୁର ମଚିଦା ଗାଁର ଶଙ୍କର ପଧାନ ଜଣେ ବିବାହିତ ଯୁବକ। କିନ୍ତୁ ସେ ଭଲ ପାଉଥିଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ସୁଜାତା ଧରେଇଙ୍କୁ(ମହିଳା)। ଏମାନଙ୍କ ପ୍ରେମ ସମ୍ପର୍କକୁ ଉଭୟ ପରିବାର ବିରୋଧ କରୁଥିଲେ। ଆଜି ଉଭୟ ମଚିଦା ଗାଁକୁ ଆସିଥିବା ବେଳେ ପରିବାର ଲୋକଙ୍କ ନଜରରେ ପଡ଼ିଥିଲେ। ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଉଭୟ ବିଷ ପିଇ ଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story