ଆସନ୍ତାକାଲି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ(ସଞ୍ଜୟ ପତି): ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା, ରହିବା ଏବଂ ପାର୍କିଂ ବ୍ୟବସ୍ଥା ନେଇ ବି ବନ୍ଦୋବସ୍ତ କରାଯାଇଛି। ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପରିମଳ ଓ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ […]

konark-1--1

Niharika Rout
  • Published: Friday, 31 January 2020
  • , Updated: 31 January 2020, 10:07 AM IST

କୋଣାର୍କ(ସଞ୍ଜୟ ପତି): ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା, ରହିବା ଏବଂ ପାର୍କିଂ ବ୍ୟବସ୍ଥା ନେଇ ବି ବନ୍ଦୋବସ୍ତ କରାଯାଇଛି। ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପରିମଳ ଓ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଛି।

ପ୍ରତିବର୍ଷ ମାଘ ସପ୍ତମୀରେ କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିନେଶ୍ୱର ମହାଦେବଙ୍କ ସ୍ୱତନ୍ତ୍ର ପୂଜା ପରେ ମହାସ୍ନାନ ହୋଇଥାଏ। ଏହି ଦିନରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Related story