ଛାତ ଉପରେ ଶୁଖାଗଲା ଲକ୍ଷ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ

ଆସିକା (ଓଡ଼ିଶା ରିପୋର୍ଟର): ଛାତ ଉପରେ ଶୁଖାଯାଇଛି ଓଦା ହୋଇଯାଇଥିବା ଲକ୍ଷ ଲକ୍ଷ ଟଙ୍କା। ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟ ଶାଖା ଉପରେ ଲକ୍ଷ ଲକ୍ଷ ଟଙ୍କା ଶୁଖା ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ‘ତିତଲି’ ପ୍ରଭାବରେ ହୋଇଥିବା ବନ୍ୟାରେ ବ୍ୟାଙ୍କ୍‌ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ବ୍ୟାଙ୍କ ଭିତରେ ପାଣି ଜମି ରହିଥିଲା। ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌ର ଲକର୍‌ ଭିତରେ ପାଣି […]

money

Jitendra Garnayak
  • Published: Wednesday, 17 October 2018
  • , Updated: 17 October 2018, 08:27 AM IST

ଆସିକା (ଓଡ଼ିଶା ରିପୋର୍ଟର): ଛାତ ଉପରେ ଶୁଖାଯାଇଛି ଓଦା ହୋଇଯାଇଥିବା ଲକ୍ଷ ଲକ୍ଷ ଟଙ୍କା। ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟ ଶାଖା ଉପରେ ଲକ୍ଷ ଲକ୍ଷ ଟଙ୍କା ଶୁଖା ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

‘ତିତଲି’ ପ୍ରଭାବରେ ହୋଇଥିବା ବନ୍ୟାରେ ବ୍ୟାଙ୍କ୍‌ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ବ୍ୟାଙ୍କ ଭିତରେ ପାଣି ଜମି ରହିଥିଲା।

ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌ର ଲକର୍‌ ଭିତରେ ପାଣି ପଶି ଯାଇଥିଲା ଓ ଟଙ୍କା ଓଦା ହୋଇଯାଇଥିଲା। ପାଗ ଭଲ ହେବା ପରେ ନୋଟ୍‌ଗୁଡ଼ିକୁ ବ୍ୟାଙ୍କର ଛାତ ଉପରେ ଶୁଖାଯାଇଥିଲା।

ତେବେ କେତେ ପରିମାଣର ଟଙ୍କା ଓଦା ହୋଇଥିଲା ସେ ନେଇ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ଭିଡିଓ ଦେଖନ୍ତୁ-

Related story