ଲମତାପୁଟ: ୮ ବର୍ଷ ବିତିଲା ନିର୍ମାଣ ହେଲା ନାହିଁ ଭଙ୍ଗା ପୋଲ

ଲମତାପୁଟ: ଗ୍ରାମାଞ୍ଚଳର ବିକାଶ ଓ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ହେଲେ କିଛି ସ୍ଥାନରେ ପ୍ରଶାସନିକ ଅବହେଳା ହେଉ ଅବା ଅନ୍ୟ କିଛି କାରଣ ପାଇଁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏପରି ଏକ ନଜିର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ।

koraput

Rakesh Mallick
  • Published: Monday, 03 August 2015
  • , Updated: 04 August 2015, 09:07 AM IST

ଲମତାପୁଟ: ଗ୍ରାମାଞ୍ଚଳର ବିକାଶ ଓ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ହେଲେ କିଛି ସ୍ଥାନରେ ପ୍ରଶାସନିକ ଅବହେଳା ହେଉ ଅବା ଅନ୍ୟ କିଛି କାରଣ ପାଇଁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏପରି ଏକ ନଜିର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ।

ବ୍ଲକର  ଜଲାହଂଜର ପଞ୍ଚାୟତ ଠାରେ ଥିବା ପୋଲଟି ଭାଙ୍ଗିବାର ୮ ବର୍ଷ ବିତିଯାଇଥିଲେ ବି ଏହାକୁ ନିର୍ମାଣ କରାଯାଉ ନାହିଁ।  ବାରମ୍ୱାର ଦାବି କରିବା ସତ୍ତ୍ୱେ କିଛି ଲାଭ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

୨୦୦୭ରେ ଏହି ପୋଲଟି ଭାଙ୍ଗି ଯାଇଥିଲା। ଫଳରେ ଏହା ଉପରେ ନିର୍ଭର କରୁଥିବା ପିପଲପୁଟ, ତୁକୁମ, ପାଲାମ ଓ ମଝାପୁଟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। । ପୋଲ ନ ଥିବାରୁ ଆମକୁ ବହୁତ ହଇରାଣ ହେବାକୁ ପଡୁଛି ବୋଲି ଅର୍ଜୁନ ବଡନାୟକ କହିଛନ୍ତି।

ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ବିଡିଓଙ୍କ ଠାରୁ  ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଲେଣି। ଅଥଚ କେହି ଶୁଣୁ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଲମତାପୁଟ ବିଡିଓ ଭଗବାନ ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ,  ରାସ୍ତାଘାଟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି। ପୋଲ ନିର୍ମାଣ ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ଶୀଘ୍ର ପୋଲ କାମ ଆରମ୍ଭ କରାଯିବ।

Related story