ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ଅବପାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ସାଗର ଦ୍ୱୀପପୂଞ୍ଜ ଓ ବାଂଲାଦେଶ ଖେପୁପଡ଼ା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଟ୍ୱିଟ କରି ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ।  ଏହାପରେ ଉତ୍ତର-ଉତ୍ତରପୂର୍ବରେ ଗତି କରିବ। ଏହାପରେ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ […]

rainoctc

Niharika Rout
  • Published: Thursday, 22 October 2020
  • , Updated: 22 October 2020, 02:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ସାଗର ଦ୍ୱୀପପୂଞ୍ଜ ଓ ବାଂଲାଦେଶ ଖେପୁପଡ଼ା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଟ୍ୱିଟ କରି ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ।  ଏହାପରେ ଉତ୍ତର-ଉତ୍ତରପୂର୍ବରେ ଗତି କରିବ। ଏହାପରେ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅବପାତ ପ୍ରଭାବରେ  ଆଜି ସବୁଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ। ହେଲେ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

IMD ଡିଜିଙ୍କ ସୂଚନାଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ଦେଖାଦେଇପାରେ। ବିଶେଷକରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ।

ସମୁଦ୍ରରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶାର ସବୁ ବନ୍ଦରକୁ ୩ ନଂ ସତର୍କ ସଂକେତ ଜାରି କରାଯାଇଛି।

Related story