ନକ୍ସଲଙ୍କ ଯୋଜନା ପଣ୍ଡ, ଖଞ୍ଜିଥିଲେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ଖଞ୍ଜିଥିଲେ ଏହି ଲ୍ୟାଣ୍ଡମାଇନ। ହେଲେ ଅଳ୍ପଳେ ବର୍ତ୍ତି ଯାଇଥିଲେ ସୁରକ୍ଷା କର୍ମୀ। ସେମାନେ ଲ୍ୟାଣ୍ଡମାଇନକୁ ଠାବ କରିବା ସହିତ ନିଷ୍କ୍ରିୟ କରି ଦେଇଥିଲେ। ଗୋରାନ ଓ ମରକେଲ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ରାସ୍ତା କଡ଼ରେ ମାଟିତଳେ ପୋତି ଥିଲେ […]

malkangiri

Tapaswini Nayak
  • Published: Sunday, 12 June 2022
  • , Updated: 12 June 2022, 10:07 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ଖଞ୍ଜିଥିଲେ ଏହି ଲ୍ୟାଣ୍ଡମାଇନ। ହେଲେ ଅଳ୍ପଳେ ବର୍ତ୍ତି ଯାଇଥିଲେ ସୁରକ୍ଷା କର୍ମୀ। ସେମାନେ ଲ୍ୟାଣ୍ଡମାଇନକୁ ଠାବ କରିବା ସହିତ ନିଷ୍କ୍ରିୟ କରି ଦେଇଥିଲେ।

ଗୋରାନ ଓ ମରକେଲ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ରାସ୍ତା କଡ଼ରେ ମାଟିତଳେ ପୋତି ଥିଲେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ। ଗତକାଲି ସୁରକ୍ଷା କର୍ମୀମାନେ ଏହି ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବୋମା ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନଟିକୁ ଠାବ କରିଥିଲେ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ଲ୍ୟାଣ୍ଡମାଇନଟିକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏହା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରି ଦିଆଯାଇଛି।

 

Related story