ରେଳ ଧାରଣାରେ ଖସିଲା ପଥର, ଅଟକିଲା ଟ୍ରେନ୍

ରାୟଗଡା(ମାଉଡ଼ି ବାରିକ): ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଖସିଲା ପଥର। ରାୟଗଡା-କୋରାପୁଟ ରେଳ ପଥର ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ଖସିଲା ପଥର। ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣା ବିଶେଷ କିଛି କ୍ଷୟକ୍ଷତି ହୋଇନି। ଟ୍ରେନ୍ ଟ୍ରାକ୍ ଚେକିଂ ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପହଞ୍ଚିଛନ୍ତି। ତେଣେ ଆଜି ମଧ୍ୟାହ୍ନରେ ୩୪ନଂ ଟନେଲ ଶିକରପାଇ ଷ୍ଟେସନ […]

train

  • Published: Sunday, 14 August 2022
  • , Updated: 14 August 2022, 05:48 PM IST

ରାୟଗଡା(ମାଉଡ଼ି ବାରିକ): ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଖସିଲା ପଥର। ରାୟଗଡା-କୋରାପୁଟ ରେଳ ପଥର ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ଖସିଲା ପଥର। ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣା ବିଶେଷ କିଛି କ୍ଷୟକ୍ଷତି ହୋଇନି। ଟ୍ରେନ୍ ଟ୍ରାକ୍ ଚେକିଂ ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପହଞ୍ଚିଛନ୍ତି।

ତେଣେ ଆଜି ମଧ୍ୟାହ୍ନରେ ୩୪ନଂ ଟନେଲ ଶିକରପାଇ ଷ୍ଟେସନ ନିକଟରେ ମାଟି ଅତଡ଼ା ଓ ଗଛ ପଡ଼ି ଯାଇଥିଲା। ଏହା ଫଳରେ ପ୍ରାୟ ୩ ଘଣ୍ଟା କୋରାପୁଟ-ରାୟଗଡ଼ା ରେଳପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଜଗଦଲପୁର-କୋଲକତା ଯାଉଥିବା ସମଲେଶ୍ଵରୀ ଟ୍ରେନ ସିକରପାଇ ରେଳ ଷ୍ଟେସନ ନିକଟରେ ଅଟକି ରହିଥିଲା।

[caption id="attachment_757574" align="aligncenter" width="650"] ଟ୍ରେନ୍ ଧାରଣା ଉପରେ ଖସି ପଡ଼ିଛି ଗଛ ଓ ମାଟି ଅତଡ଼ା।[/caption]

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସିପଡ଼ୁଥିବା ଜଣାପଡ଼ିଛି। ଏହା ପାହାଡ଼ିଆ ଅଞ୍ଚଳରେ ଟ୍ରେନ୍ ଯାତାୟତ ପ୍ରତି ବିପଦ ଠିଆ କରିଛି।

Related story