ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ହଟାଇବା ଦାବିରେ ଡଙ୍ଗରିଆ କନ୍ଧଙ୍କ ଶୋଭାଯାତ୍ରା

କଲ୍ୟାଣସିଂହପୁର: ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ହଟାଇବା ଦାବିରେ ଡଙ୍ଗରିଆ କନ୍ଧଙ୍କ ବିରାଟ ଶୋଭାଯାତ୍ରା କରିଥିଲେ। ଗତକାଲି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡଙ୍ଗରିଆ କନ୍ଧମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏହି ଶୋଭାଯାତ୍ରା କରିଥିଲେ। କମ୍ପାନୀର କାରଖାନା ପାଇଁ ନିୟମଗିରି ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେଉଥିବା ସେମାନେ ଅଭିଯୋଗ କରିଥିଲେ। ସେହିଭଳି ସ୍ଥାନୀୟ ଅଞ୍ଚଳରେ ଉନ୍ନତି ହେଉ ନ ଥିବାରୁ ଲାଞ୍ଜିଗଡ଼ ପ୍ରକଳ୍ପକୁ ବନ୍ଦ କରିବାକୁ ଦାବି କରିଛନ୍ତି ଡଙ୍ଗରିଆ କନ୍ଧ। ଏଥିପାଇଁ ଆଗାମୀ ଦିନରେ ଆହୁରି […]

strick

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 04:56 AM IST

କଲ୍ୟାଣସିଂହପୁର: ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ହଟାଇବା ଦାବିରେ ଡଙ୍ଗରିଆ କନ୍ଧଙ୍କ ବିରାଟ ଶୋଭାଯାତ୍ରା କରିଥିଲେ। ଗତକାଲି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡଙ୍ଗରିଆ କନ୍ଧମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏହି ଶୋଭାଯାତ୍ରା କରିଥିଲେ। କମ୍ପାନୀର କାରଖାନା ପାଇଁ ନିୟମଗିରି ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେଉଥିବା ସେମାନେ ଅଭିଯୋଗ କରିଥିଲେ। ସେହିଭଳି ସ୍ଥାନୀୟ ଅଞ୍ଚଳରେ ଉନ୍ନତି ହେଉ ନ ଥିବାରୁ ଲାଞ୍ଜିଗଡ଼ ପ୍ରକଳ୍ପକୁ ବନ୍ଦ କରିବାକୁ ଦାବି କରିଛନ୍ତି ଡଙ୍ଗରିଆ କନ୍ଧ। ଏଥିପାଇଁ ଆଗାମୀ ଦିନରେ ଆହୁରି ସମାବେଶ କରାଯିବ ବୋଲି ନିୟମଗିରି ସୁରକ୍ଷା ସୂଚନା ଦେଇଛି। ସମାବେଶ ଶେଷରେ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୁନିଗୁଡ଼ା ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Related story