ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।
ତେବେ ଏତେ ସଂଖ୍ୟାରେ ମାଛ କାହିଁକି ମଲେ, ତାହା ସ୍ପଷ୍ଟ ହୋଇନାହିଁ।
ମାଛ ମାରିବା ପାଇଁ କେହି ନଦୀରେ ବିଷ ପ୍ରୟୋଗ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ ହେବ ଏପରି ଭାବେ ମାଛ ମରୁଛନ୍ତି। ନଦୀର ପାଣି କଳାରଙ୍ଗ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।