ସାମ୍ନାକୁ ଆସିଲା ଅଡିଓ ଟେପ୍‌: ସୌମ୍ୟ କହିଲେ- ତୁ ଗଲେ ଆଉ ଗୋଟିଏ ପଟାଇ ଦେବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫ୍ଟୱାୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କୁ ତିନି ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି କମିଶନରେଟ୍‌ ପୁଲିସ୍‌। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ସାମ୍ନାକୁ ଆସିଛି ସାଙ୍ଘାତି ଅଭିଯୋଗ। ଶ୍ୱେତାଙ୍କୁ ତାଙ୍କ ବୟଫ୍ରେଣ୍ଡ  ଶାରୀରିକ, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପା ପରିବାର ଲୋକେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏନେଇ ପ୍ରେମିକ ମୁହଁ ଖୋଲିନଥିବା […]

Sweta

Sweta

Manoranjan Sial
  • Published: Monday, 22 August 2022
  • Updated: 24 August 2022, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫ୍ଟୱାୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କୁ ତିନି ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି କମିଶନରେଟ୍‌ ପୁଲିସ୍‌। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ସାମ୍ନାକୁ ଆସିଛି ସାଙ୍ଘାତି ଅଭିଯୋଗ। ଶ୍ୱେତାଙ୍କୁ ତାଙ୍କ ବୟଫ୍ରେଣ୍ଡ  ଶାରୀରିକ, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପା ପରିବାର ଲୋକେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏନେଇ ପ୍ରେମିକ ମୁହଁ ଖୋଲିନଥିବା ବେଳେ ସାମ୍ନାକୁ ଫୋନ୍‌ କଲ୍‌ ରେକଡିଂ। ଯେଉଁଥିରେ ଶ୍ୱେତା ଓ ପ୍ରେମିକ ସୌମ୍ୟଜିତ ମହାପାତ୍ର ଆରୋପ ଓ ପ୍ରତ୍ୟାରୋକ ହେଉଥିବା ଶୁଣିବାକୁ ମିଳିଛି।

ଶ୍ୱେତା- କ’ଣ ହୋଇଛି ସୌମ୍ୟଜିତ୍‌?

ସୌମ୍ୟଜିତ- ତୁ ମୋ’ ମାଆବାପାଙ୍କୁ ଫୋନ୍‌ କରିଥିଲୁ କାହିଁକି?

ଶ୍ୱେତା- ତୁ ମୋ’ ସହିତ ଡାଟି ଗେମ୍‌ ଖେଳୁଛୁ।

ସୌମ୍ୟଜିତ- ମୋ’ ଜୀବନରୁ ତୁ ଦୂରେଇ ଯାଆ।

ଶ୍ୱେତା- କାହିଁକି ଯିବି? ମୁଁ ଜମାରୁ ଯିବିନି। କାରଣ ତୁ ମୋ’ ସହିତ ଡାଟି ଗେମ୍‌ ଖେଳୁଛୁ।

ସୌମ୍ୟଜିତ- ମେ’ ଥକ୍‌ ଚୁକା ହୁଁ। ତୁ ଦେଖିବୁ, ମୁଁ ଆଉ ଜଣଙ୍କୁ ଧରି ବୁଲିବି। ମୋତେ ନ ରଗାଇବା ପାଇଁ ମୁଁ ବାରମ୍ୱାର ତତେ କହିଥିଲି। ତୁ ତୋ’ ଜୀବନ ବରବାଦ କରୁଛୁ। ମୋ’ ଜୀବନ ବରବାଦ କରିବାରେ ଲାଗି ପଡ଼ିଛୁ। ମୋତେ ଶାନ୍ତିରେ ରହିବାକୁ ଦେ??

ଶ୍ୱେତା- ତୁ କହ ମୋ’ ଲାଇଫ୍‌ କ’ଣ ବରବାଦ ହୋଇଛି?

ସୌମ୍ୟଜିତ- ତୁ କାହିଁକି ମୋ’ ମୁଣ୍ଡ ଖରାପ କରୁଛୁ? କାହିଁକି ମୋତେ ବିରକ୍ତ କରାଉଛୁ? ତୁ ମୋତେ ଫୋନ୍‌ କରନା??

ଶ୍ୱେତା- ତୁ ଧମକ ଦେଉଛୁ ବୋଲି ଅଭିଯୋଗ କରିବା ପାଇଁ ଥାନାକୁ ଯାଉଛି?

ସୈମ୍ୟଜିତ- ତୁ ଥାନାକୁ ଯାଇ, କିଛି କରିପାରୁବୁ ନାହିଁ??

ଶ୍ୱେତା- ...... ତୁମେ ଏମିତି କରିପାରିବ ନାହିଁ। ଭୁଲ ମାଗିବା ପାଇଁ ଫୋନ୍‌ କରିଥିଲି?

ସୌମ୍ୟଜିତ- ବ୍ରେକ୍‌ଅପ୍‌ରେ ଶାନ୍ତିରେ କିଛି ହେବ ନାହିଁ। ଝଗଡ଼ା କରି ସବୁକିଛି ହେବ...

ଶ୍ୱେତାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଶ୍ୱେତା-ସୌମ୍ୟଜିତ ଚାକିରି କରିବା ସମୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ସୌମ୍ୟଙ୍କ ପରିବାର ଲୋକେ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିବାରୁ ଏଥିରେ ଅରାଜି ହୋଇଥିଲେ ଶ୍ୱେତାଙ୍କ ବାପା। ପରେ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା।

https://youtu.be/XBFtRQCZXdU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos