ପଞ୍ଚଭୂତରେ ଲୀନ ହେଲେ ସହିଦ ପ୍ରଦୀପ ପଣ୍ଡା

Ordigital Desk
  • Published: Wednesday, 03 January 2018
  • , Updated: 03 January 2018, 02:44 PM IST
<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହୋଇଛି ସହିଦ ପ୍ରଦୀପ ପଣ୍ଡାଙ୍କ ପାର୍ଥିବ ଶରୀର। ଜନ୍ମମାଟି ଲିପଲୋଇରେ ଶୋକାକୁଳ ଜନତାଙ୍କ ଗହଣରେ ରାଷ୍ଟ୍ରୀୟ ମର୍ଯ୍ୟାଦା&nbsp;&nbsp;ସହ ପ୍ରଦୀପଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।</p> <p>ଆଜି ସକାଳେ ସହିଦ ପ୍ରଦୀପ ପଣ୍ଡାଙ୍କ ମର ଶରୀର ଜନ୍ମମାଟିରେ ପହଞ୍ଚିଥିଲା। ପ୍ରଥମେ ତାଙ୍କ ମର ଶରୀରକୁ ରାଜଗାଙ୍ଗପୁର ମିନି ଷ୍ଟାଡିୟମକୁ ନିଆଯାଇଥିଲା। ସେଠାରେ ବୀର ସହିଦ ଶେଷ ଦର୍ଶନ କରିବାକୁ ଗତରାତିରୁ ରୁଣ୍ଡ ରହିଥିଲେ ହଜାର ହଜାର ଶୋକାକୁଳ ଜନତା। ବୀର ସହିଦ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଷ୍ଟାଡିୟମ। &nbsp;ସେଠାରେ ତାଙ୍କୁ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାସହ ଷ୍ଟାଡିୟମରେ ହଜାର ହଜାର ଲୋକ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଧାୟକ ଦିଲୀପ ରାୟ, ସିଆରପିଏଫ ଡିଆଇଜି ବୀରେନ୍ଦ୍ର ଶର୍ମା, ଜିଲ୍ଲାପାଳ ବିନୀଥ ଭରଦ୍ୱାଜ ଓ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।</p> <p>ସହିଦଙ୍କ ମର ଶରୀର ରାଜଗାଙ୍ଗପୁରର ସହର ପରିକ୍ରମା କରାଯିବା ପରେ ତାଙ୍କ ଘର ଲିପଲୋଇକୁ ନିଆଯାଇଥିଲା। &nbsp;ସେଠାରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ଲିପଲୋଇ।</p>

Related story