ଭିନ୍ନକ୍ଷମ ବ୍ୟକ୍ତିଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଖାଇଲେ

ନୂଆପଡ଼ା (ମୟାଧର ସରାଫ୍‌): ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଶବକୁ ସତ୍କାର କରି  ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ଗନିଆରି, ଜଡ଼ାମୁଣ୍ଡା ଓ ମାନିଗୁଡ଼ା ଗାଁର କିଛି ଯୁବକ।  ଏପରି କାମ ପାଇଁ ନୂଆପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଅନୁସାରେ, ଜଡ଼ାମୁଣ୍ଡା ବସଷ୍ଟାଣ୍ଡ ନିକଟ କେନାଲ ରାସ୍ତାରେ ସୁଦର୍ଶନ ମିର୍ଦ୍ଧା ନାମ ଜଣେ ଭିନ୍ନକ୍ଷମ ଯୁବକ ରହୁଥିଲେ। ସେ  ଭିକ ମାଗି ଚଳୁଥିଲେ। ତାଙ୍କର ନିଜର […]

death

Jyoshna Pradhan
  • Published: Saturday, 21 December 2019
  • , Updated: 21 December 2019, 01:56 PM IST

ନୂଆପଡ଼ା (ମୟାଧର ସରାଫ୍‌): ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଶବକୁ ସତ୍କାର କରି  ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ଗନିଆରି, ଜଡ଼ାମୁଣ୍ଡା ଓ ମାନିଗୁଡ଼ା ଗାଁର କିଛି ଯୁବକ।  ଏପରି କାମ ପାଇଁ ନୂଆପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଅନୁସାରେ, ଜଡ଼ାମୁଣ୍ଡା ବସଷ୍ଟାଣ୍ଡ ନିକଟ କେନାଲ ରାସ୍ତାରେ ସୁଦର୍ଶନ ମିର୍ଦ୍ଧା ନାମ ଜଣେ ଭିନ୍ନକ୍ଷମ ଯୁବକ ରହୁଥିଲେ। ସେ  ଭିକ ମାଗି ଚଳୁଥିଲେ। ତାଙ୍କର ନିଜର ବୋଲି ଦୁନିଆରେ କେହି ନାହାନ୍ତି। ହେଲେ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।  ତେବେ ତାଙ୍କ ଶବ ସତ୍କାର ପାଇଁ କେହି ଆସି ନଥିଲେ। ତେଣୁ ଗନିଆରୀ, ଜଡ଼ାମୁଣ୍ଡା ଓ ମାନି ଗୁଡ଼ାର ଗାଁର ୧୦ରୁ ୧୨ ଜଣ ଯୁବକ ଗତକାଲି ସୁଦର୍ଶନଙ୍କ ଶବକୁ ୧ କିଲୋମିଟର କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ। ସେଠାରେ ରୀତିନୀତି ଅନୁସାରେ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି।

Related story