ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ

ଅନୁଗୋଳ(ବିରଜା ପ୍ରସାଦ ଦାସ): କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ୍ ମାଓବାଦୀଙ୍କ ଗୁଳି ବିନିମୟରେ ସହିଦ ହୋଇଥିବା ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ ଆଜି ସମ୍ପନ୍ନ ହୋଇଛି। ଦେବାଶିଷଙ୍କ  ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ସହୀଦ୍ ପୁଅ ପାଇଁ ଲୁହ ଗଡ଼ାଉଛନ୍ତି । ଦେବାଶିଷ ସହିଦ ହେବା ଖବର ଜଣା ପଡ଼ିବା ପରେ ତାଙ୍କ ନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୮ଟାବେଳେ ସହୀଦ […]

debasis

debasis

Niharika Rout
  • Published: Friday, 11 September 2020
  • Updated: 11 September 2020, 11:57 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାସ): କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ୍ ମାଓବାଦୀଙ୍କ ଗୁଳି ବିନିମୟରେ ସହିଦ ହୋଇଥିବା ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ ଆଜି ସମ୍ପନ୍ନ ହୋଇଛି। ଦେବାଶିଷଙ୍କ  ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ସହୀଦ୍ ପୁଅ ପାଇଁ ଲୁହ ଗଡ଼ାଉଛନ୍ତି । ଦେବାଶିଷ ସହିଦ ହେବା ଖବର ଜଣା ପଡ଼ିବା ପରେ ତାଙ୍କ ନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଥିଲା।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାବେଳେ ସହୀଦ ଦେବାଶିଷଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ଶହଶହ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀ ସହୋଦରଙ୍କ କାନ୍ଦ ବୋବାଳିରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶତସଲାମ ଆଦି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା । ଆଜି ସକାଳେ ଦେବାଶିଷଙ୍କ  ଶେଷକୃତ୍ୟ ନିଜ ଜନ୍ମମାଟିରେ ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଥିବାବେଳେ ଜନପ୍ରତିନିଧିଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ ।

ସୂଚନାଯୋଗ୍ୟ,  କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ୍ ମାଓବାଦୀଙ୍କ ଗୁଳି ବିନିମୟରେ ୫ ଜଣ  ନକ୍ସଲ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହୀଦ୍ ହୋଇଥିଲେ। ୨ ସହିଦଙ୍କ ମଧ୍ୟରେ ଜଣେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀ   ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos