ବାରବାଟୀ ଟିକେଟ୍‌ କାଉଣ୍ଟର ବାହାରେ ଲାଠିଚାର୍ଜ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି। କମିଶନରେଟ ପୁଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଣି ଥରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।  ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ […]

cuttack

Manoranjan Sial
  • Published: Thursday, 09 June 2022
  • , Updated: 09 June 2022, 02:45 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି। କମିଶନରେଟ ପୁଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଣି ଥରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। 

ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲା ଯାଇଥିଲା। ପୁରୁଷ ଦର୍ଶକଙ୍କ ପାଇଁ ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା।

ଗରମ ସାଙ୍ଗକୁ ଗୁଳୁଗୁଳି ଭିତରେ ଟିକେଟ୍‌ ନେବା ପାଇଁ ଗତକାଲି ବିଳମ୍ୱିତ ରାତିରୁ ପ୍ରାୟ ୩୦ରୁ ୩୫ ହଜାର ଲୋକ ଧାଡ଼ିରେ ଠିଆ ହୋଇଥିଲେ। ଏହାରି ଭିତରେ କିଛି ମହିଳା ଧାଡି ଭାଙ୍ଗି ପଶି ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଆଉ କିଛି ମହିଳା ଟିକେଟ ନେବା ପାଇଁ ବ୍ୟାରିକେଡ୍‌ ବାହାରେ ଆଉ ଏକ ଲାଇନ୍‌ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏହାକୁ ନେଇ ମହିଳାମାନଙ୍କ ଭିତରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ପୁଲିସ ପ୍ରଥମେ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ କେହି ବୁଝିବା ସ୍ଥିତିରେ ନଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ପୁଲିସ ଲାଠି ଚାର୍ଜ କରିଥିଲା। ତା’ପରେ ସ୍ଥିତିରେ ସୁଧାର ଆସିଛି। ଦୁଇଟି ଲାଇନ୍‌ରେ ମହିଳାମାନେ ଟିକେଟ୍‌ ନେଉଥିବା ଦେଖିବାକୁ ମିଳିଛି। 

ସୂଚନାରୁ ପ୍ରକାଶ, ପୂର୍ବରୁ ଅନ୍‌ଲାଇନରେ ୫୦୦୦ ଟିକେଟ୍ ବିକ୍ରି ହୋଇଥିବା ବେଳେ ଓଡ଼ିଶା କ୍ରିକେଟ୍‌ ଆସୋଶେସନ୍‌ (ଓସିଏ) ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮୦୦୦ ଟିକେଟ୍ ବିକ୍ରି ହୋଇଥିଲା। ଆଉ ୧୨୦୦୦ ଟିକେଟ୍ ଆଜି କାଉଣ୍ଟରରେ ବିକ୍ରି କରାଯିବାର ଥିଲା। ହେଲେ କାଉଣ୍ଟର ଆଗରେ ଟିକେଟ ନେବା ପାଇଁ ୩୦ରୁ ୩୫ ହଜାର ଲୋକ ଛିଡ଼ା ହୋଇଥିଲେ। ପର୍ଯ୍ୟପ୍ତ ପରିମାଣରେ ଟିକେଟ୍‌ ନଥିବାରୁ ଗଣ୍ଡଗୋରର ସୂତ୍ରପାତ ହୋଇଥିବା ଆଲୋଚନା ହେଉଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ପ୍ରତିଶତ ଟିକେଟ ବିକ୍ରି ସରିଲାଣି। ତଥାପି ବହୁ କ୍ରିକେଟ୍‌ ପ୍ରେମୀ କାଉଣ୍ଟର ଆଗରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

Related story