ମୋ ବାପାଙ୍କୁ କେହି ଫେରାଇ ଦିଅ...

ଅନୁଗୋଳ(ଓଡ଼ିଶା ରିପୋର୍ଟର): ୪ ବର୍ଷ ପୁରିବାକୁ ବସିଲାଣି। ଗୁମୁରି ଗୁମୁରି କାନ୍ଦୁଛି ଆଖି। ଝୁରି ଝୁରି ମରୁଛି ମନ।  କିଏ ବାପାଙ୍କୁ ଫେରାଇଦିଅ କହି ହାତ ଯୋଡ଼ୁଛି, ତ କିଏ ସ୍ୱାମୀଙ୍କୁ ଖୋଜିବାକୁ ଘୁରି ବୁଲୁଛି, ଏ ଅଫିସରୁ ସେ ଅଫିସ୍, ଏ ଦପ୍ତରରୁ ସେ ଦପ୍ତର । ହେଲେ ହଜିଲା ମଣିଷଟି ଏବେ କେଉଁଠି ଅଛି, କେମିତି ଅଛି, ବଞ୍ଚିଛି ନା ମରିଛି, କାହାକୁ ଜଣାନାହିଁ। ୨୦୧୭ ମେ ୨୮ରେ ମହାନଦୀ ଘାଟକୁ ୫ଜଣ ସାଙ୍ଗଙ୍କ […]

6hn

6hn

Tapas Behera
  • Published: Thursday, 14 January 2021
  • Updated: 14 January 2021, 07:53 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ୪ ବର୍ଷ ପୁରିବାକୁ ବସିଲାଣି। ଗୁମୁରି ଗୁମୁରି କାନ୍ଦୁଛି ଆଖି। ଝୁରି ଝୁରି ମରୁଛି ମନ।  କିଏ ବାପାଙ୍କୁ ଫେରାଇଦିଅ କହି ହାତ ଯୋଡ଼ୁଛି, ତ କିଏ ସ୍ୱାମୀଙ୍କୁ ଖୋଜିବାକୁ ଘୁରି ବୁଲୁଛି, ଏ ଅଫିସରୁ ସେ ଅଫିସ୍, ଏ ଦପ୍ତରରୁ ସେ ଦପ୍ତର । ହେଲେ ହଜିଲା ମଣିଷଟି ଏବେ କେଉଁଠି ଅଛି, କେମିତି ଅଛି, ବଞ୍ଚିଛି ନା ମରିଛି, କାହାକୁ ଜଣାନାହିଁ। ୨୦୧୭ ମେ ୨୮ରେ ମହାନଦୀ ଘାଟକୁ ୫ଜଣ ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇ, ସେବେଠୁ ନିଖୋଜ ଅଛନ୍ତି ଆଠମଲ୍ଲିକର ଆଇନଜୀବୀ ସଫିବୁଲ୍ଲା ଖାଁ ।

ନଦୀରେ ଗାଧୋଉ ଗାଧୋଉ ହଜିଯାଇଥିବା ସାଙ୍ଗମାନେ କହିଥିଲେ ବି, ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। କାରଣ ନଈରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନି । ଏପଟେ ଆଠମଲ୍ଲିକ ଥାନାରେ ୫ଜଣ ସାଙ୍ଗଙ୍କ ନାଁରେ ହତ୍ୟା ଅଭିଯୋଗ ସତ୍ତ୍ୱେ, ପୁଲିସ ବି ତତ୍ପରତା ଦେଖାଉନି । ଏଭିତରେ ସଫିବୁଲ୍ଲାଙ୍କ ପରିବାରର ଆର୍ଥିକ ସ୍ଥିତି ବି ଅତି ଶୋଚନୀୟ ହେଲାଣି।

ମେ ମାସ ଖରାଦିନରେ ନଈରେ ଅଳ୍ପ ପାଣିଥିବା ବେଳେ, ଭଲ ପହଁରା ଜାଣିଥିବା ସଫିବୁଲ୍ଲା ବୁଡ଼ିଗଲେ କେମିତି? ଯଦିବା ବୁଡ଼ିଗଲେ, ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କର ପତ୍ତା ମିଳିଲାନି କେମିତି? ଗାଧୁଆ ସରଞ୍ଜାମ ଗାଡ଼ିରେ ଛାଡ଼ି ସଫିବୁଲ୍ଲା ପାଣିକୁ ଯାଇଥିଲେ କାହିଁକି? ଯଦି ସେ ନିଖୋଜ ହୋଇଗଲେ, ତାଙ୍କ ସାଙ୍ଗମାନେ ଏନେଇ ବହୁ ବିଳମ୍ବରେ ପରିବାର ଲୋକଙ୍କୁ ଜଣାଇଲେ କାହିଁକି? ନାନାଦି ପ୍ରଶ୍ନବାଚୀର ଅଡ଼ୁଆ ସୂତାରେ ଛନ୍ଦି ହୋଇଥିବା ଏହି ମାମଲାର, ଏଯାଏଁ କୌଣସି ବି ଖିଅ ଖୋଜି ପାଇନି ପୁଲିସ। ୨୦୧୭ରେ ଥାନା ଘେରାଉ, ଆଠମଲ୍ଲିକ ବନ୍ଦ ଭଳି ବହୁ ବିକ୍ଷୋଭ ଆନ୍ଦୋଳନ ପରେ ସେତେବେଳେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ହେଲେ ଏହାର ଅଳ୍ପ କିଛି ମାସ ପରେ ସେମାନେ ଛାଡ଼ ପାଇଥିବା ସଫିବୁଲ୍ଲାଙ୍କ ଭାଇ କହିଛନ୍ତି । ତେଣୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି ହୋଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story