ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି, କୋଦଳାରେ ଓକିଲଙ୍କ ୧୨ ଘଣ୍ଟିଆ ବନ୍ଦ

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା କୋଦଳାରେ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଦଳା ଓକିଲ ସଂଘ ପକ୍ଷରୁ  ଏହି ବନ୍ଦ ଡାକରା ଦିଆଯାଇଛି।  କୋଦଳା ତହସିଲ ଓ ଥାନା ପରିସର ଅନ୍ତର୍ଗତ ସମସ୍ତ ଗ୍ରାମଗୁଡିକୁ କୋଦଳା କୋର୍ଟ ଅଧୀନରେ ଅନ୍ତର୍ଭୁକ୍ତ କରିବା, କୋଦଳାଠାରେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ସ୍ଥାପନ, ପ୍ରସ୍ତାବିତ କୋର୍ଟ ଗୃହ ଶୀଘ୍ର ନିର୍ମାଣ ଓ କୋଦଳାକୁ ରେଭେନ୍ୟୁ ସବଡିଜନ ରୂପେ ଘୋଷଣା ଆଦି ଦାବି ରହିଛି।  ବିଭିନ୍ନ ସରକାରୀ ଓ ବେସରକାରୀ ସଙ୍ଗଠନ ବନ୍ଦରେ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀ ସହରର ପ୍ରବେଶ ପଥ ଗୁଡ଼ିକ  ଅବରୋଧ କରିବା ଯୋଗୁଁ ଗାଡ଼ିଚଳାଚଳ ବନ୍ଦ ରହିଛି।  ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।