ରାଜ୍ୟ ଆଇନ୍‌ଜୀବୀ ଜାତୀୟ ଅଧିବେଶନରେ ଉତ୍ତେଜନା

ଭୁବନେଶ୍ୱର: ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଚାଲିଥିବା ଜାତୀୟ ଅଧିବେଶନରେ ଉତ୍ତେଜନା ପ୍ରକାଶ ପାଇଛି। ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଆକ୍ଟ ୧୯୬୧ରେ ସଂଶୋଧନ ଲାଗି ଦିଆଯାଇଥିବା ପ୍ରସ୍ତାବ ସପକ୍ଷରେ ମତ ରଖିବାକୁ ନେଇ ଆଇନ୍‌ଜୀବୀମାନେ ବିକ୍ଷୋଭ ପ୍ରଦଶର୍ନ କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମ୍‌କୋର୍ଟ ବାର କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଅଧ୍ୟକ୍ଷ ମନନ ମିଶ୍ର ଯୋଗଦେଇ ଆଡ୍‌ଭୋକେଟ୍‌ ଆକ୍ଟ ସପକ୍ଷରେ ମତ ରଖିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲେ ଉପସ୍ଥିତ ଆଇନ୍‌ଜୀବୀ। ଏହି ସମ୍ମିଳନୀରେ ବିଭିନ୍ନ […]

bhuba-12

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 04:54 PM IST

ଭୁବନେଶ୍ୱର: ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଚାଲିଥିବା ଜାତୀୟ ଅଧିବେଶନରେ ଉତ୍ତେଜନା ପ୍ରକାଶ ପାଇଛି। ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଆକ୍ଟ ୧୯୬୧ରେ ସଂଶୋଧନ ଲାଗି ଦିଆଯାଇଥିବା ପ୍ରସ୍ତାବ ସପକ୍ଷରେ ମତ ରଖିବାକୁ ନେଇ ଆଇନ୍‌ଜୀବୀମାନେ ବିକ୍ଷୋଭ ପ୍ରଦଶର୍ନ କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମ୍‌କୋର୍ଟ ବାର କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଅଧ୍ୟକ୍ଷ ମନନ ମିଶ୍ର ଯୋଗଦେଇ ଆଡ୍‌ଭୋକେଟ୍‌ ଆକ୍ଟ ସପକ୍ଷରେ ମତ ରଖିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲେ ଉପସ୍ଥିତ ଆଇନ୍‌ଜୀବୀ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ବାର୍‌ କାଉନ୍‌ସିଲର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ତେବେ କିଛି ସମୟ ଉତ୍ତେଜନା ପରେ ପୁଣି ସମ୍ମିଳନୀ ଚାଲିଥିଲା।

Related story