କଟକରେ ଓକିଲଙ୍କୁ ପୁଲିସ ମାଡ଼ ବିବାଦ: ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ବୈଠକ

କଟକ: କଟକରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି । ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ହେବ । ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛି ହାଇକୋର୍ଟ ବାର ଆସୋସିଏସନ । ଏଥିସହ ଘଟଣାକୁ ପ୍ରାୟ ଦୁଇ […]

g-0000

Tapas Behera
  • Published: Friday, 26 October 2018
  • , Updated: 26 October 2018, 04:10 PM IST

କଟକ: କଟକରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି । ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ହେବ । ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛି ହାଇକୋର୍ଟ ବାର ଆସୋସିଏସନ । ଏଥିସହ ଘଟଣାକୁ ପ୍ରାୟ ଦୁଇ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରି ନ ଥିବାରୁ ସଂଘ ଅସନ୍ତୁଷ୍ଟ ଅଛି । ପାଖାପାଖି ଦୁଇ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଚଳ ହୋଇ ପଡିଛି କୋର୍ଟ।

Related story