ଏଣିକି ମା’ ଲକ୍ଷ୍ମୀଙ୍କ ସମସ୍ୟା ବୁଝିବେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିର ପରିଚାଳନା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ। ଏଣିକି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିବ ମହଲକ୍ଷ୍ମୀଙ୍କ ମନ୍ଦିର ପରିଚାଳନା ବ୍ୟବସ୍ଥା। ପ୍ରତି ୩ ମାସରେ ଥରେ ମନ୍ଦିର ପରିଚାଳନାର ସମୀକ୍ଷା ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା।

ସେ କହିଛନ୍ତି-“ମହାଲକ୍ଷ୍ମୀ ମନ୍ଦିରରେ ଥିବା ଅଳଙ୍କାର ଗୁଡ଼ିକର ଗଣତି ହେବ। ଏସବୁର ସରଜମିନ ତଦନ୍ତ କରାଯାଇ ତାକୁ ଶ୍ରୀମନ୍ଦିର ପ୍ରଶାସନର ରେକର୍ଡଭୁକ୍ତ କରାଯିବ। ଏଣିକି ମହାଲକ୍ଷ୍ମୀଙ୍କ ଲାଗି ହେବାକୁ ଥିବା ସମସ୍ତ ପାଟ ଓ ଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଷ୍ଟୋରରୁ ଯିବ। ସେବାୟତ ଏହାକୁ କେମିତି ନେବେ, ସେଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ହେବ।”

ସେ ଆହୁରି କହିଛନ୍ତି-“ମହାଲକ୍ଷ୍ମୀ ମନ୍ଦିରରେ ଥିବା ଦ୍ୱିତୀୟ ଭଣ୍ଡାର ଗୃହ ଭଳି ଅନ୍ୟ ଭଣ୍ଡାର ରହିବ ନାହିଁ। ମହାଲକ୍ଷ୍ମୀ ମନ୍ଦିରରେ ସେବାୟତମାନେ କେବଳ ଦକ୍ଷିଣା ଛଡ଼ା ଅନ୍ୟ କୌଣସି ଦ୍ରବ୍ୟ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ଯାହା ଦାନ କରିବେ, ତାହା ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଦେବେ। ମାଆଙ୍କ ଲାଗି ହେଉଥିବା ଅଳଙ୍କାର ଭାଙ୍ଗିଗଲେ ଏହାକୁ ପରିବର୍ତ୍ତନ କରାଯିବା ନେଇ ସେବାୟତ ଲିଖିତ ଆକାରରେ ଜଣାଇବେ। ପ୍ରଶାସନ ସରଜମିନ ତଦନ୍ତ କରି ମରାମତି କରିବେ। ସେବାୟତମାନେ ମନ ଇଚ୍ଛା ମାଆଙ୍କ ଶରୀରରୁ କୌଣସି ଆଭୂଷଣ ଖୋଲି ପାରିବେ ନାହିଁ।”

Ordigital Desk
• Published: Tuesday, 28 November 2017
• Updated: 28 November 2017, 10:01 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିର ପରିଚାଳନା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ। ଏଣିକି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିବ ମହଲକ୍ଷ୍ମୀଙ୍କ ମନ୍ଦିର ପରିଚାଳନା ବ୍ୟବସ୍ଥା। ପ୍ରତି ୩ ମାସରେ ଥରେ ମନ୍ଦିର ପରିଚାଳନାର ସମୀକ୍ଷା ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା।

ସେ କହିଛନ୍ତି-“ମହାଲକ୍ଷ୍ମୀ ମନ୍ଦିରରେ ଥିବା ଅଳଙ୍କାର ଗୁଡ଼ିକର ଗଣତି ହେବ। ଏସବୁର ସରଜମିନ ତଦନ୍ତ କରାଯାଇ ତାକୁ ଶ୍ରୀମନ୍ଦିର ପ୍ରଶାସନର ରେକର୍ଡଭୁକ୍ତ କରାଯିବ। ଏଣିକି ମହାଲକ୍ଷ୍ମୀଙ୍କ ଲାଗି ହେବାକୁ ଥିବା ସମସ୍ତ ପାଟ ଓ ଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଷ୍ଟୋରରୁ ଯିବ। ସେବାୟତ ଏହାକୁ କେମିତି ନେବେ, ସେଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ହେବ।”

ସେ ଆହୁରି କହିଛନ୍ତି-“ମହାଲକ୍ଷ୍ମୀ ମନ୍ଦିରରେ ଥିବା ଦ୍ୱିତୀୟ ଭଣ୍ଡାର ଗୃହ ଭଳି ଅନ୍ୟ ଭଣ୍ଡାର ରହିବ ନାହିଁ। ମହାଲକ୍ଷ୍ମୀ ମନ୍ଦିରରେ ସେବାୟତମାନେ କେବଳ ଦକ୍ଷିଣା ଛଡ଼ା ଅନ୍ୟ କୌଣସି ଦ୍ରବ୍ୟ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ଯାହା ଦାନ କରିବେ, ତାହା ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଦେବେ। ମାଆଙ୍କ ଲାଗି ହେଉଥିବା ଅଳଙ୍କାର ଭାଙ୍ଗିଗଲେ ଏହାକୁ ପରିବର୍ତ୍ତନ କରାଯିବା ନେଇ ସେବାୟତ ଲିଖିତ ଆକାରରେ ଜଣାଇବେ। ପ୍ରଶାସନ ସରଜମିନ ତଦନ୍ତ କରି ମରାମତି କରିବେ। ସେବାୟତମାନେ ମନ ଇଚ୍ଛା ମାଆଙ୍କ ଶରୀରରୁ କୌଣସି ଆଭୂଷଣ ଖୋଲି ପାରିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos