ଲକ୍ଷ୍ମୀସାଗର ଥାନାରେ ଏଟି ମୁଖ୍ୟଙ୍କ ବିରୋଧରେ ୨ଟି ମାମଲା ରୁଜୁ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନାରେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି। ଦଫା ୩୦୯ ଓ ୧୮୬ରେ ଏହି ମାମଲା ରୁଜୁ ହୋଇଛି। ଆତ୍ମହତ୍ୟା ଉଦ୍ୟମ ଲାଗି ୩୦୯ ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଲାଗି ୧୮୬ ଦଫା ଲାଗିଛି। ପ୍ରଦୀପ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୋମବାର ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ଏଭଳି ପଦକ୍ଷେପ ନ ନେବାକୁ ପ୍ରଦୀପଙ୍କୁ ଜେଲ୍‌ କର୍ତ୍ତୃପକ୍ଷ […]

pradeep

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 08:02 PM IST

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନାରେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି। ଦଫା ୩୦୯ ଓ ୧୮୬ରେ ଏହି ମାମଲା ରୁଜୁ ହୋଇଛି। ଆତ୍ମହତ୍ୟା ଉଦ୍ୟମ ଲାଗି ୩୦୯ ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଲାଗି ୧୮୬ ଦଫା ଲାଗିଛି।

ପ୍ରଦୀପ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୋମବାର ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ଏଭଳି ପଦକ୍ଷେପ ନ ନେବାକୁ ପ୍ରଦୀପଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ପୁଣି ଏପରି ପଦକ୍ଷେପ ନେଲେ ତାଙ୍କୁ ସିଙ୍ଗିଲ ସେଲ୍‌ରେ ରଖାଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

Related story