ମାନବବାଦ ସଂଗଠନର ଲିଫ୍‌ଲେଟ୍ ଭାଇରାଲ, ରହିଛି ବିବାଦୀୟ କଥା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟ): ମାନବବାଦ ସଂଗଠନ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ। ସଂଗଠନରେ ସାମିଲ ନ ହେଲେ ଲୋକଙ୍କୁ ନିର୍ଯାତନା ଓ ଧମକ ଚମକ ଦେବାର ଭିଜୁଆଲ ଭାଇରାଲ ହେବାପରେ ଏବେ ସାମ୍ନାକୁ ଆସିଛି ଆଉ ଏକ କଳା ଅଧ୍ୟାୟ। ଏବେ ସଂଗଠନର ଏକ ଲିଫଲେଟ୍ ସାମ୍ନାକୁ ଆସିଛି। ଏହା ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାମରେ ଭାଇରାଲ ହେଉଛି ଏକ ଶପଥ ପତ୍ର । ଏହି […]

manbad

Tapaswini Nayak
  • Published: Thursday, 02 September 2021
  • , Updated: 02 September 2021, 01:02 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟ): ମାନବବାଦ ସଂଗଠନ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ। ସଂଗଠନରେ ସାମିଲ ନ ହେଲେ ଲୋକଙ୍କୁ ନିର୍ଯାତନା ଓ ଧମକ ଚମକ ଦେବାର ଭିଜୁଆଲ ଭାଇରାଲ ହେବାପରେ ଏବେ ସାମ୍ନାକୁ ଆସିଛି ଆଉ ଏକ କଳା ଅଧ୍ୟାୟ। ଏବେ ସଂଗଠନର ଏକ ଲିଫଲେଟ୍ ସାମ୍ନାକୁ ଆସିଛି। ଏହା ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।

ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାମରେ ଭାଇରାଲ ହେଉଛି ଏକ ଶପଥ ପତ୍ର । ଏହି ଶପଥ ପତ୍ର ଅନୁସାରେ ମାନବବାଦ ସଂଗଠନର ସଦସ୍ୟଙ୍କୁ ଶପଥ କରାଯାଉଥିଲା।  ସେମାନଙ୍କ ପରିଚୟ, ଶତ୍ରୁର ପରିଚୟ, ସାମାଜିକ ଦାୟିତ୍ୱ, ବ୍ୟକ୍ତିଗତ କର୍ତ୍ତବ୍ୟ  ଓ ଅନ୍ତିମ ପ୍ରତିଜ୍ଞା ବିଷୟରେ ଏଥିରେ ଉଲ୍ଲେଖ ରହିଛି। ନିଜକୁ ଦ୍ରାବିଡ଼ ବୋଲି ଉଲ୍ଲେଖ କରିବା ସହ ଆର୍ଯ୍ୟମାନେ ସେମାନଙ୍କର ଶତ୍ରୁ ବୋଲି ଏଥିରେ ଲେଖାଯାଇଛି।

‘ମୁଁ ସିନ୍ଧୁ ସଭ୍ୟତାର ରାଜ ପରିବାର ସଦସ୍ୟ ଅଟେ। ମୋର ଜାତି, ଧର୍ମ, ବର୍ଣ୍ଣ, ସମାଜ ଓ ସଂସ୍କୃତି ଦ୍ରାବିଡ଼ ଅଟେ।  ମୋ ସମାଜ ହିଁ ମୋ ପରିବାର, ପରିଚୟ ଓ ଅସ୍ତିତ୍ୱ ଅଟେ।‘ ବୋଲି ଏଥିରେ ଲେଖା ଯାଇଛି । ସେହିପରି ‘ଯେଉଁମାନେ ଦ୍ରବିଡ଼ ବିଚାରଧାରାକୁ ଅପମାନ ଓ ଆର୍ଯ୍ୟ ବିଚାରଧାରାକୁ ସମ୍ମାନ କରନ୍ତି, ସେମାନଙ୍କଠାରୁ ଦୂରେଇ ଯିବି’ ବୋଲି ଲେଖା ହୋଇଛି। ଏହା ସହିତ ଏଥିରେ ଆହୁରି ଅନେକ ବିବାଦୀୟ କଥା ଲେଖା ହୋଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ୍ କଡ଼ବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ ମାଡ଼ ମରାଯିବା ଘଟଣା ପରଠୁ ବିବାଦକୁ ଆସିଛି ମାନବବାଦ ସଂଗଠନ। ଏହାର ଗୋଟେ ପରେ ଗୋଟେ କଳାକାରନାମା ପଦାକୁ ଆସିଛି। ଏମିତିକି ଅନୁଗୋଳ ଜିଲ୍ଲାରେ ଜଣେ ଯୁବକ ସଂଗଠନ ଛାଡ଼ିବା ପରେ ତାକୁ ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। 

Related story