ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି, ମିଳିବ ବାର୍ଷିକ ୧୧୦୭କୋଟିର ରାଜସ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି କୋଇଲା ଖଣି ସମେତ ୪ଟି ରାଜ୍ୟର ମୋଟ ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ ସମ୍ପନ୍ନ ହୋଇଛି । ଓଡ଼ିଶାର ୨ଟି କୋଇଲା ଖଣି ଉତ୍କଳ ବି-୧ ଓ ବି-୨କୁ ଟେଣ୍ଡର ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଲିଜ୍ ନେବାରେ ସଫଳ ହୋଇଛି । ରାଜ୍ୟର ଏହି ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮ ୦୦୦ ନିୟୁତ ଟନ୍ […]

coal

Jitendra Garnayak
  • Published: Saturday, 02 April 2022
  • , Updated: 02 April 2022, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି କୋଇଲା ଖଣି ସମେତ ୪ଟି ରାଜ୍ୟର ମୋଟ ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ ସମ୍ପନ୍ନ ହୋଇଛି । ଓଡ଼ିଶାର ୨ଟି କୋଇଲା ଖଣି ଉତ୍କଳ ବି-୧ ଓ ବି-୨କୁ ଟେଣ୍ଡର ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଲିଜ୍ ନେବାରେ ସଫଳ ହୋଇଛି । ରାଜ୍ୟର ଏହି ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮ ୦୦୦ ନିୟୁତ ଟନ୍ ହୋଇଥିବାବେଳେ ଏଥିରେ ମୋଟ ୩୪୭.୦୮ ନିୟୁତ ଟନ୍ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଏହି ଦୁଇ ଖଣିର ପିଆରସି କ୍ଷମତା ଆଧାରରେ ଉଭୟ ଖଣିରୁ ବାର୍ଷିକ ୧୧୦୭.୦୫କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ସେହିପରି ଏହି ଦୁଇ ଖଣିରେ ମୋଟ ୧୨୦୦କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦୮୧୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି।

ଓଡ଼ିଶାର ଏହି ଦୁଇଟି ଖଣି ସମେତ ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। କୋଇଲା ମନ୍ତ୍ରଣାଳୟ ଦ୍ୱାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦିତ ହୋଇଛି। ଏହି ଚତୁର୍ଥ ପର୍ଯ୍ୟାୟର ୫ଟି କୋଇଲା ଖଣିକୁ ମିଶାଇ ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟାରେ ଏବେ ସୁଦ୍ଧା ମୋଟ ୪୭ଟି ଖଣିର ନିଲାମ ହୋଇସାରିଛି ।

Related story