ମିଳି ନାହିଁ ସ୍ୱାମୀର ମୃତଦେହ, ମଥାରୁ ସିନ୍ଦୂର ପୋଛିଲା ସ୍ତ୍ରୀ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସ୍ୱାମୀ ମୃତ କି ଜୀବିତ ସ୍ପଷ୍ଟ ହୋଇନି, ମିଳି ନାହିଁ ମୃତଦେହ। କିନ୍ତୁ ସରିଗଲାଣି ଶୁଦ୍ଧି କ୍ରିୟା । ସାମାଜିକ ପରମ୍ପରା ଚାପରେ ସ୍ତ୍ରୀକୁ ପୋଛିବାକୁ ପଡ଼ିଛି ନିଜ ମଥାର ସିନ୍ଦୂର। ପୁଅକୁ ବି ଲଣ୍ଡା ହେବାକୁ ପଡ଼ିଛି । ନିଖୋଜଙ୍କ ଫେରିବା ବାଟକୁ ଅନାଇ ପରିବାର ଲୋକେ ଲୁହ ଗଡ଼ାଉଥିବା ବେଳେ ଜାତି ସମାଜ ଲୋକେ କିନ୍ତୁ ଖାଇଛନ୍ତି ଦଶାହ ଭୋଜି।  ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ କଦଳୀଗଡ଼ ପଞ୍ଚାୟତରେ […]

redhakhol-2-1

Niharika Rout
  • Published: Monday, 06 July 2020
  • , Updated: 06 July 2020, 04:04 PM IST

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସ୍ୱାମୀ ମୃତ କି ଜୀବିତ ସ୍ପଷ୍ଟ ହୋଇନି, ମିଳି ନାହିଁ ମୃତଦେହ। କିନ୍ତୁ ସରିଗଲାଣି ଶୁଦ୍ଧି କ୍ରିୟା । ସାମାଜିକ ପରମ୍ପରା ଚାପରେ ସ୍ତ୍ରୀକୁ ପୋଛିବାକୁ ପଡ଼ିଛି ନିଜ ମଥାର ସିନ୍ଦୂର। ପୁଅକୁ ବି ଲଣ୍ଡା ହେବାକୁ ପଡ଼ିଛି । ନିଖୋଜଙ୍କ ଫେରିବା ବାଟକୁ ଅନାଇ ପରିବାର ଲୋକେ ଲୁହ ଗଡ଼ାଉଥିବା ବେଳେ ଜାତି ସମାଜ ଲୋକେ କିନ୍ତୁ ଖାଇଛନ୍ତି ଦଶାହ ଭୋଜି।  ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ କଦଳୀଗଡ଼ ପଞ୍ଚାୟତରେ ଘଟିଛି ।

ଗାଁର ୬୦ ବର୍ଷୀୟ ଭୀମସେନ ପ୍ରଧାନ ଗତ ଜୁନ ୨୧ରେ ଘର ପାଖ କେରାଣ୍ଡି ନାଳକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ, ପୁଲିସ୍‌, ଦମକଳ ବାହିନୀ, ଗ୍ରାମବାସୀ ମିଶି ଦୁଇ ଦିନ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ମିଳିନଥିଲା । ୫ ଦିନ ପରେ ଭୀମସେନ ସାଙ୍ଗରେ ନେଇଥିବା ମାଛ ଜାଲ ନାଳରୁ ମିଳିବା ପରେ ପରିବାର ଲୋକେ ଜାଲକୁ ଚିହ୍ନଟ କରିଥିଲେ ।

ଏହାପରେ ଭୀମସେନଙ୍କୁ ଜାତି ସମାଜ ଲୋକେ ମୃତ ଘୋଷଣା କରିବା ସହ ଶୁଦ୍ଧି ହେବାକୁ ପରିବାର ଲୋକଙ୍କୁ କହିଥିଲେ । ଫଳରେ ନିଖୋଜ ଥିବା ଭୀମସେନଙ୍କ କ୍ରିୟାକର୍ମ କରିବା ସହ ତାଙ୍କ ସ୍ତ୍ରୀ ମଥାରୁ ସିନ୍ଦୁର ପୋଛିଛନ୍ତି। ସାମାଜିକ ବାସନ୍ଦ ଭୟରେ ଶୁଦ୍ଧି କ୍ରିୟା କରିଥିବା ପରିବାର ଲୋକେ କହିଛନ୍ତି।

Related story