ଯୌତୁକ ଜୁଇରେ ଜଳିଗଲା ନବବଧୂ

ନବରଙ୍ଗପୁର (ନବଘନ ବିଶୋୟୀ): ମାତ୍ର ୪ ମାସ ହେବ ବିବାହ କରିଥିଲେ। ଆଖିରେ ଅସୁମାରି ସ୍ୱପ୍ନ ନେଇ ଶାଶୂ ଘରେ ପାଦ ଥାପିଥିଲେ। ହେଲେ ସବୁ ପୋଡ଼ି ଛାରଖାର ହୋଇଗଲା। ଯୌତୁକ ଜୁଇରେ ସେ ଜଳିଗଲେ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ୍‌ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା କାକୁଡ଼ିଆମ୍ବ ଗ୍ରାମର […]

naba-2.-1..

Niharika Rout
  • Published: Wednesday, 21 August 2019
  • , Updated: 21 August 2019, 08:23 AM IST

ନବରଙ୍ଗପୁର (ନବଘନ ବିଶୋୟୀ): ମାତ୍ର ୪ ମାସ ହେବ ବିବାହ କରିଥିଲେ। ଆଖିରେ ଅସୁମାରି ସ୍ୱପ୍ନ ନେଇ ଶାଶୂ ଘରେ ପାଦ ଥାପିଥିଲେ। ହେଲେ ସବୁ ପୋଡ଼ି ଛାରଖାର ହୋଇଗଲା। ଯୌତୁକ ଜୁଇରେ ସେ ଜଳିଗଲେ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।

ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ୍‌ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା କାକୁଡ଼ିଆମ୍ବ ଗ୍ରାମର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ  କଳାହାଣ୍ଡିର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ। ତେବେ  ରଶ୍ମିତା ଆଣିଥିବା ଯୌତୁକ ଓ ସୁନାକୁ ନେଇ ଖୁସି ନ ଥିଲେ ଶାଶୂ ଘର ଲୋକେ।  ବାପ ଘରୁ  ଅଧିକା ଟଙ୍କା ଆଣିବା ପାଇଁ ସେମାନେ ତାଙ୍କ ଉପରେ ଚାପ ପକାଉଥିଲେ। ଏପରିକି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ବି ଦେଉଥିଲେ।

ଗତକାଲି ରଶ୍ମିତା ଅସୁସ୍ଥ ଥିବା ନେଇ  ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ ରଶ୍ମିତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କ ମୃତଦେହକୁ ନବରଙ୍ଗପୁର ମେଡିକାଲ୍‌କୁ ନିଆଯାଇ ଶବ ଗୃହରେ ରଖାଯାଇଥିଲା।

ରଶ୍ମିତା ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ ଘର ଲୋକେ କହିଛନ୍ତି। ହେଲେ ତାଙ୍କ ବାପ ଘର ଲୋକେ ଏହାକୁ ବିଶ୍ୱାସ ନ କରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି।

Related story