ମାଟିରେ ମିଶିଲା ଲେଡି ନିଶା ମାଫିଆ ରଞ୍ଜୁର ଘର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ଘର ଉପରେ ଚାଲିଲା ଜେସିବି । ମାଟିରେ ମିଶିଲା ଭୁବନେଶ୍ୱର ୟୁନିଟ-୮ ନାରୟଣୀ ବସ୍ତିରେ ଥିବା ରଞ୍ଜୁର ଘର। ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ ହୋଇଥିବା ବେଳେ ପୂର୍ବରୁ ସେ ୨ ଥର ଜେଲ୍‌ ଯାଇ ଆସିଥିଲେ।  ଗତ ୯ ତାରିଖ ରାତିରେ ହୋଇଥିବା ସୁବ୍ରତ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ତନାଘନା କରି ଗଞ୍ଜାମରୁ ରଞ୍ଜୁଙ୍କ ସମେତ […]

house

house

Niharika Rout
  • Published: Saturday, 17 September 2022
  • Updated: 17 September 2022, 03:15 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ଘର ଉପରେ ଚାଲିଲା ଜେସିବି । ମାଟିରେ ମିଶିଲା ଭୁବନେଶ୍ୱର ୟୁନିଟ-୮ ନାରୟଣୀ ବସ୍ତିରେ ଥିବା ରଞ୍ଜୁର ଘର।

ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ ହୋଇଥିବା ବେଳେ ପୂର୍ବରୁ ସେ ୨ ଥର ଜେଲ୍‌ ଯାଇ ଆସିଥିଲେ।  ଗତ ୯ ତାରିଖ ରାତିରେ ହୋଇଥିବା ସୁବ୍ରତ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ତନାଘନା କରି ଗଞ୍ଜାମରୁ ରଞ୍ଜୁଙ୍କ ସମେତ ତାଙ୍କ ସହଯୋଗୀ କାହ୍ନାଙ୍କୁ ଗିରଫ କରିଥିଲା।

ରଞ୍ଜୁ ଏବେ ଜେଲ୍‌ ଭିତରେ ଥିବା ବେଳେ ତାଙ୍କ ନିଶା ସାମ୍ରାଜ୍ୟ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ୍‌। ଅପରେସନ ହ୍ୱାଇଟ ସ୍ପାଇଡର ଜରିଆରେ ଆଜି ତାଙ୍କ ଘର ଉପରେ ଜେସିବି ଚଳାଇଛି ପୁଲିସ୍‌। ରଞ୍ଜୁ ସରକାରୀ ଜାଗା ମାଡ଼ି ବସି ବେଆଇନ ଭାବେ ଏହି ଘର କରିଥିବା ବେଳେ ଏଠାରୁ ନିଶା କାରବାର ଚଳାଉଥିବା ଅଭିଯୋଗ ହେଉଥିଲା। ତେଣୁ ପୁଲିସ୍‌ ଆଜି ଉକ୍ତ ଘରଟିକୁ ଧରାଶାୟୀ କରିଦେଇଛି।

ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ ଅଧିକାରୀ କହିଛନ୍ତି,  ଅପରେସନ ହ୍ୱାଇଟ ସ୍ପାଇଡର ଜରିଆରେ ଡ୍ରଗ୍ସ ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରଞ୍ଜୁ ଏହି ଘରକୁ ଜବରଦଖଲ କରିଥିବା ବେଳେ ଏଠାରେ  ଡ୍ରଗ କାରବାର କରୁଥିଲେ । ତେଣୁ ଏହୁକୁ ଉଚ୍ଛେଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos