ଜୁନ୍ ପହିଲା ପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ନିଷ୍ପତ୍ତି: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପହିଲା ପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। କରୋନା ସଂକ୍ରମଣ ଆଶଙ୍କା ଓ ଲକଡାଉନ୍ ଯୋଗୁ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସି ପାରୁନଥିବାବେଳେ ବିରୋଧୀ ଦଳ ପକ୍ଷରୁ ଏହି ବୈଠକ ବସିବା ଦରକାର ବୋଲି ଦାବି ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିପାରୁନି। […]

Surya Narayan Patra

Manoranjan Sial
  • Published: Monday, 25 May 2020
  • , Updated: 25 May 2020, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପହିଲା ପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। କରୋନା ସଂକ୍ରମଣ ଆଶଙ୍କା ଓ ଲକଡାଉନ୍ ଯୋଗୁ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସି ପାରୁନଥିବାବେଳେ ବିରୋଧୀ ଦଳ ପକ୍ଷରୁ ଏହି ବୈଠକ ବସିବା ଦରକାର ବୋଲି ଦାବି ହୋଇଛି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିପାରୁନି। ତେବେ ଜୁନ୍ ପହିଲା ପରେ ଏହି ବୈଠକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଉଭୟ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସେ ଏ ବିଷୟରେ କଥା ହୋଇଛନ୍ତି। ସେମାନେ ବି ଜୁନ୍ ପହିଲା ପରେ ନିଷ୍ପତ୍ତି ନେବେ। ଅବଶ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିବାକୁ ସେମାନେ ଚାହୁଁଥିଲେ କିନ୍ତୁ ଏଥିରେ ଅନେକତଥ୍ୟ ବାହାରକୁ ଆସିବାର ଆଶଙ୍କା ରହିଛି । ସେଥିପାଇଁ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ଉଚିତ୍ ନୁହେଁ। ଓଡ଼ିଶା ବିଧାନସଭାର ରୁମ୍ ବଡ଼। ତେଣୁ ୩୦ପ୍ରତିଶତ ନୁହେଁ ସବୁ ବିଧାୟକମାନଙ୍କୁ ନେଇ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ବୈଠକ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିଧାନସଭାର ଷ୍ଟାଣ୍ଡିଂ କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବସିବା କଥା। କୋଭିଡ୍ ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ନୀତିନିୟମ ରହିଛି। ଅବଶ୍ୟ ଷ୍ଟାଣ୍ଡିଂ କମିଟି ବୈଠକ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ବାଚସ୍ପତି ହିଁ ନେବେ ଓ ସେହି ଆଧାରରେ ତାକୁ କାର୍ଯ୍ୟକାରୀ କରାଯିବ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିବା ଦରକାର। ବୈଠକ ବସିଲେ ହିଁ ବହୁତ ନିଷ୍ପତ୍ତି ନିଆଯାଇପାରିବ। ତେବେ କରୋନା ଯୋଗୁ ଗାଇଡଲାଇନ୍ ଆଧାରରେ ବୈଠକ ବସିବା ଦରକାର ବୋଲି ଶ୍ରୀ ରାଉତରାୟ କହିଛନ୍ତି।

Related story