ଡିଜି ସାହେବ ନାବାଳିକା ଝିଅକୁ ଖୋଜି ଦିଅନ୍ତୁ: ଲେଖାଶ୍ରୀ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ୧୬ ବର୍ଷର ଆଦିବାସୀ ଝିଅ ଏବେ କେଉଁଠି? ତା’ର ଠିକଣା ଖୋଜିବାକୁ ମାଆ ବାରମ୍ୱାର ଥାନାକୁ ଗଲେ ପୁଲିସ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଆଦିବାସୀ ଝିଅ ନିଖୋଜ ହେବାକୁ ମାସେ ବିତି ଯାଇଥିବା ବେଳେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ୍‌ ମିଡ଼ିଆ ପୋଷ୍ଟରେ ଡିଜିପିଙ୍କ ଉଦ୍ଦେଶ୍ୟରେ ଲେଖାଶ୍ରୀ ଲେଖିଛନ୍ତି, ପୁଲିସ ମହାନିର୍ଦ୍ଦେଶକ ଡିଜି ସାହେବ ନାବାଳିକାମାନଙ୍କୁ ଖୋଜିବାକୁ ସ୍ପେଶାଲ୍‌ ଟିମ୍‌ କରିଥିବା […]

lekhashree samantsinghar

lekhashree samantsinghar

Manoranjan Sial
  • Published: Sunday, 04 April 2021
  • Updated: 04 April 2021, 08:15 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ୧୬ ବର୍ଷର ଆଦିବାସୀ ଝିଅ ଏବେ କେଉଁଠି? ତା’ର ଠିକଣା ଖୋଜିବାକୁ ମାଆ ବାରମ୍ୱାର ଥାନାକୁ ଗଲେ ପୁଲିସ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଆଦିବାସୀ ଝିଅ ନିଖୋଜ ହେବାକୁ ମାସେ ବିତି ଯାଇଥିବା ବେଳେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ସୋଶାଲ୍‌ ମିଡ଼ିଆ ପୋଷ୍ଟରେ ଡିଜିପିଙ୍କ ଉଦ୍ଦେଶ୍ୟରେ ଲେଖାଶ୍ରୀ ଲେଖିଛନ୍ତି, ପୁଲିସ ମହାନିର୍ଦ୍ଦେଶକ ଡିଜି ସାହେବ ନାବାଳିକାମାନଙ୍କୁ ଖୋଜିବାକୁ ସ୍ପେଶାଲ୍‌ ଟିମ୍‌ କରିଥିବା କହୁଛନ୍ତି। ତୁରନ୍ତ ପୁଲିସ ବିଭାଗ ଏଥିରେ ହସ୍ତକ୍ଷେପ କରି ଝିଅକୁ ଉଦ୍ଧାର କରନ୍ତୁ ବୋଲି ଲେଖାଶ୍ରୀ ଲେଖିଛନ୍ତି।

https://twitter.com/DrLekhaShree/status/1378593986399592448?s=20

ପୂରା ଘଟଣାଟି ଏମିତି। ଫେବ୍ରୁଆରୀ ୮ ତାରିଖ ରାତି ସାଢ଼େ ୮ଟା ବେଳେ ୧୬ ବର୍ଷୀୟ ନାବାଳିକ ପିଜା(ଛଦ୍ମନାମ) ସଉଦା କିଣିବାକୁ ଦୋକାନ ଯାଇଥିଲା। କିନ୍ତୁ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଝିଅକୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ତା’ପର ଦିନ ଅର୍ଥାତ ୯ ତାରିଖରେ ପରିବାର ଲୋକେ ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ ଫୋନ୍‌ ଟ୍ରାକ୍‌‌ କରି ୨୫ ତାରିଖରେ ଚଟୁଅନଖା ଗାଁରୁ ପିଜାକୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ରିଙ୍କୁ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ରିଙ୍କୁ ଜେଲ୍‌ରୁ ବାହାରିଥିଲେ।

ମାର୍ଚ୍ଚ ୧୩ ତାରିଖରେ ପୁଣି ଥରେ ପିଜା ସମାନ ଢଙ୍ଗରେ ନିଖୋଜ ହୋଇଯାଇଥିଲେ। ତାକୁ ଅପହରଣ କରିଥିବା ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ଇତି ମଧ୍ୟରେ ପାଖା ପାଖି ମାସେ ବିତିବାକୁ ଗଲାଣି। ଝିଅକୁ ଉଦ୍ଧାର କରିନାହିଁ ପୁଲିସ। ଏଥିରେ ରିଙ୍କୁର ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ବାରମ୍ବାର ଥାନା, ଏସ୍‌ଡିପିଓ ଅଫିସ୍‌ ଓ ଏସ୍‌ପି ଅଫିସ ଦୌଡ଼ି ନୟାନ୍ତ ହେଲେଣି। ହେଲେ ମଧ୍ୟ ଫଳ ଶୁନ। ସେପଟେ ଆଇଆଇସି ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos