‘କୋର୍ଟ ନୁହେଁ, ଅରୁଣ ଓ ଦିବ୍ୟଶଙ୍କରଙ୍କ ପରିଚାଳିତ ଏସ୍‌ଆଇଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କୋର୍ଟ ପରିଚାଳିତ ଏସ୍‌ଆଇଟି ନୁହେଁ। ଇଏ ହେଉଛି ହୋମ୍‌ ପରିଚାଳିତ ଏସ୍‌ଆଇଟି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ପରିଚାଳିତ ଏସ୍‌ଆଇଟି। ତେଣୁ ଏହାକୁ ଆମେ ଗ୍ରହଣ କରୁନାହୁଁ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହାଛଡ଼ା ପରୀ ମୃତ୍ୟୁ ମାମଲାର ତଦନ୍ତରେ ଏସ୍‌ଆଇଟି ପରିଚାଳନା କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତାହା ସତ୍ତ୍ୱେ ରାଜ୍ୟ ସରକାର ମିଛ କହୁଛନ୍ତି। ଗଣତାନ୍ତ୍ରିକ ପଦ୍ଧତ୍ତିରେ […]

lekhashress

lekhashress

Manoranjan Sial
  • Published: Saturday, 02 January 2021
  • Updated: 02 January 2021, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କୋର୍ଟ ପରିଚାଳିତ ଏସ୍‌ଆଇଟି ନୁହେଁ। ଇଏ ହେଉଛି ହୋମ୍‌ ପରିଚାଳିତ ଏସ୍‌ଆଇଟି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ପରିଚାଳିତ ଏସ୍‌ଆଇଟି। ତେଣୁ ଏହାକୁ ଆମେ ଗ୍ରହଣ କରୁନାହୁଁ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହାଛଡ଼ା ପରୀ ମୃତ୍ୟୁ ମାମଲାର ତଦନ୍ତରେ ଏସ୍‌ଆଇଟି ପରିଚାଳନା କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତାହା ସତ୍ତ୍ୱେ ରାଜ୍ୟ ସରକାର ମିଛ କହୁଛନ୍ତି। ଗଣତାନ୍ତ୍ରିକ ପଦ୍ଧତ୍ତିରେ ନିର୍ବାଚିତ ସରକାର ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

ଲେଖାଶ୍ରୀ କହିଛନ୍ତି-“ପରୀର ମାଆଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ନ୍ୟାୟ ପାଇଁ ପରୀର ବାପା-ମାଆ ଛାତିପିଟି କାନ୍ଦୁଛନ୍ତି। ଏ ଦୁଃଖ କେବଳ ପରୀ ବାପା-ମାଆଙ୍କର ନୁହେଁ, ଗତ ୫ ବର୍ଷରେ ନିଖୋଜ ହୋଇଥିବା ୨୭୦୦୦ ଶିଶୁଙ୍କ ପରିବାରର। ଅଥଚ ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର କହୁଥିବା ମୁଖ୍ୟମନ୍ତ୍ରୀ ଏ ନୂଆବର୍ଷରେ କେମିତି ଶାନ୍ତିରେ ଅଛନ୍ତି? ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଆଈ ମାଆ କାହାଣୀ କହିଲା ପରି ଏସ୍‌ଆଇଟି ସ୍ଥାପନ କଲେ। ଆଉ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା, ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ଗୋଟିଏ କାହାଣୀ ଶୁଣାଇଲେ। ସେ ଭଲ ଗପ କହିଥିବାରୁ ରାଜ୍ୟ ସରକାର ପୁରସ୍କାର ମଧ୍ୟ ଦେଲେ। ତାଙ୍କୁ ପଦୋନ୍ନତି ଦିଆଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଏ କାହାଣୀ କହି କେତେଦିନ ମନ ବହଲେଇବେ ମୁଖ୍ୟମନ୍ତ୍ରୀ? ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଯେଉଁ ଯେଉଁ ଦିନରେ ଆନ୍ଦୋଳନ କଲା, ସେହିଦିନ ଗୁଡ଼ିକରେ ରାଜ୍ୟ ସରକାର, ବିଜେଡି ଓ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରାୟୋଜିତ ଭାବେ ଗଣମାଧ୍ୟମ ସମ୍ମିଳନୀ ଡାକିଲେ। ଏପରି କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି, ବିଜେପି କରୁଥିବା ଆନ୍ଦୋଳନରୁ ନଜର ହଟାଇବା। ହେଲେ ଏହା ଦ୍ୱାରା କଣ ପରୀକୁ ନ୍ୟାୟ ମିଳିବ?”

ସେ ଅହୁରି କହିଛନ୍ତି-“ଏସ୍‌ଆଇଟି ଅରୁଣ ବୋଥ୍ରା ଯେଉଁ ତଦନ୍ତ କରିଛନ୍ତି, ପ୍ରକୃତରେ ତାହା ତଦନ୍ତ ନୁହେଁ। ତାହା ହେଉଛି ତଥ୍ୟ ଓ ପ୍ରମାଣ ନଷ୍ଟ କରିବାର ଏକ ଯୋଜନାବଦ୍ଧ ବ୍ୟବସ୍ଥା। ଯେଉଁ ତଥ୍ୟ ଥିଲା, ସେ ସବୁକୁ ନଷ୍ଟ କରାଗଲା ଓ ସେହି ସ୍ଥାନରେ ନୂଆ ତଥ୍ୟ ପ୍ରମାଣ ରହିଲା। ତେବେ ଏଠି ପ୍ରଶ୍ନ କରିବାକୁ ଚାହୁଁଛୁ, ପୋଖରୀରୁ ଯେଉଁ ଲେଗିଙ୍ଗ୍ସ ଓ ଟାୱେଲ୍‌ ମିଳିଲା ତାହା କାହାର? ଅରୁଣ ବୋଥ୍ରା କେମିତି ଜାଣିଲେ, ପୋଖରୀରୁ ମିଳିଥିବା ଲେଗିଙ୍ଗ୍ସ ପରୀର?”

ଲେଖାଶ୍ରୀ ଆହୁରି କହିଛନ୍ତି-“ପରୀର ବାପା-ମାଆଙ୍କ ୧୬୧ ଧାରାରେ ବୟାନ ରେକର୍ଡ଼ କ’ଣ ପାଇଁ କରାଯାଇନାହିଁ? ପୋଖରୀରୁ ମିଳିଥିବା ଲେଗିଙ୍ଗ୍ସକୁ କାହିଁକି ପରୀର ବାପା-ମାଆଙ୍କୁ ଦେଖାଗଲା ନାହିଁ? ସେହିପରି ପରୀ ଶରୀରର ୭୫ ଭାଗ ଗଲା କୁଆଡେ? ମୃତଦେହ ମିଳିବା ପରଠାରୁ ଏକଥା ପରୀର ବାପା-ମାଆ ତଣ୍ଟି ଫଟାଇ ବାରମ୍ୱାର ପଚାରୁଛନ୍ତି। ତେଣୁ ଏଥିରୁ ଜଣାପଡ଼ୁଛି, ଏହା ଅଙ୍ଗ ତସ୍କରୀ ମାମଲା। ହେଲେ ରାଜ୍ୟ ସରକାର ଏହାକୁ ମଧ୍ୟ ଗ୍ରହଣ କରୁନାହାନ୍ତି। ଯଦି ବାପା-ମାଆଙ୍କ ୧୬୧ ରେକର୍ଡ କରାଯାଇନାହିଁ, ତା’ହାଲେ ଅରୁଣ ବୋଥ୍ରାଙ୍କ ମନଗଢ଼ା କାହାଣୀକୁ ଆମେ ଗ୍ରହଣ କରିବୁନାହିଁ।”

ସେ ଆହୁରି କହିଛନ୍ତି-“ପରୀ ହତ୍ୟା ମାମଲାରେ ସରୋଜ ସେଠୀଙ୍କୁ ଧରିଆଣିଲେ। ସେ ନାବାଳକ ହୋଇଥିଲେ ମଧ୍ୟ ସାବାଳକ ଦର୍ଶାଇଲେ। ଜଣେ ନାବାଳକକୁ କେଉଁ ଆଧାରରେ ସାବାଳକ ଦର୍ଶାଇଲେ? ଏସ୍‌ଆଇଟି ରିପୋର୍ଟରେ ଅଭିଯୁକ୍ତ ଦର୍ଶାଯାଇଥିବା ସରୋଜ ସେଠୀଙ୍କ ପରିବାର ଓ ପରୀର ବାପା-ମାଆ ସନ୍ତୁଷ୍ଟ ନୁହନ୍ତି। ଅସଲ ଅଭିଯୁକ୍ତଙ୍କୁ ଧରା ଯାଉନଥିବା ସେମାନେ ବାରମ୍ୱାର ଅଭିଯୋଗ କରୁଛନ୍ତି। ଦୁଷ୍କର୍ମ କରାଯାଇ ନାହିଁ, ଅଙ୍ଗ ତସ୍କରୀ ହୋଇଛି ବୋଲି ପରୀର ବାପା-ମାଆ କହୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ପରୀ ବାପା-ମାଆଙ୍କ ଅଭିଯୋଗକୁ ଗ୍ରହଣ କରୁନାହାନ୍ତି, କାହିଁକି ଅରୁଣ ସାହୁଙ୍କୁ ଘଣ୍ଟ ଘୋଡ଼ା ଯାଉଛି? ସେ କଣ ପରୀଙ୍କ ଅପେକ୍ଷା ରାଜ୍ୟ ସରକାର ଓ ବିଜେଡି ଏତେ ଗୁରୁତ୍ୱପୂର୍ଣ୍ଣ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story