ମୃତ ଚିତା ବାଘକୁ ମିଳିଲା ଏପରି ସମ୍ମାନ

Ordigital Desk
  • Published: Friday, 06 April 2018
  • , Updated: 06 April 2018, 10:28 AM IST
<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବ୍ୟକ୍ତିଟିଏ ମରିଗଲେ ବନ୍ଧୁବାନ୍ଧବ&nbsp; ଓ ଆତ୍ମୀୟ ପରିଜନ ତା&rsquo;ର ଶବକୁ ନେଇ ଶଶ୍ମାନରେ ପୋଡ଼ିଥାନ୍ତି। ତା&rsquo;ର ମୃତଦେହରେ ଫୁଲ ଦେଇ ଶେଷ ସମ୍ମାନ ଜଣାଇଥାନ୍ତି। ଆଜି ଏପରି ସମ୍ମାନ ମିଳିଛି ଗୋଟିଏ ଚିତାବାଘକୁ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଗର୍ଦ୍ଧମାଦ୍ଦନ ପର୍ବତ ଜଳମହାଦେବ ନିକଟସ୍ଥ ଜଙ୍ଗଲରୁ ଏକ ଚିତା ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ତା&rsquo;ର ମୃତଦେହକୁ ବନ ବିଭାଗ ପକ୍ଷରୁ ଅଖାରେ ଗୋଡ଼ାଇ ପୋଡ଼ି ଦିଆଯାଇଥିଲା। ବନ ବିଭାଗ ପକ୍ଷରୁ ଫୁଲତୋଡ଼ା ଦିଆଯାଇ ମୃତ ଚିତା ବାଘକୁ ଶେଷ ସମ୍ମାନ ଦିଆଯାଇଥିଲା। ଚିତାର ବୟସ ୩ରୁ ସାଢେ ତିନି ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହାର ଲମ୍ବ ୧୨୦ ସେଣ୍ଟିମିଟର ଓ ଉଚ୍ଚତା ୬୦ ସେଣ୍ଟିମିଟର।</p> <p>&lt;a href=&quot;&quot;&gt;(image) &lt;/a&gt;&nbsp;ଗତକାଲି ଚିତାର ମୃତଦେହ ଦେଖି ସ୍ଥାନୀୟ ଲୋକେ ଖପ୍ରାଖୋଲ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ ଅଧିକାରୀ ଓ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ଚିତାର ଶବକୁ ଉଦ୍ଧାର କରାଯାଇଥିଲା। ତେବେ ଚିତାବାଘର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।</p> <p>https://youtu.be/sg4bSoWCEa0</p>

Related story