କମିବ ଘରୋଇ ସ୍କୁଲର ଦୌରାତ୍ମ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିବ ଘରୋଇ ସ୍କୁଲର ଦୌରାତ୍ମ୍ୟ।  ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଅଉ ସ୍କୁଲରେ ଆବେଦନ କରିବାକୁ ପଡିବନି । RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିବେ। ଏହାପରେ ମାର୍ଚ୍ଚ ୧ରୁ ୧୫ ଯାଏ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ପ୍ରଥମ ରାଉଣ୍ଡ […]

highschool

highschool

Tapas Behera
  • Published: Saturday, 20 February 2021
  • Updated: 20 February 2021, 04:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିବ ଘରୋଇ ସ୍କୁଲର ଦୌରାତ୍ମ୍ୟ।  ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଅଉ ସ୍କୁଲରେ ଆବେଦନ କରିବାକୁ ପଡିବନି । RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ ।

ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିବେ। ଏହାପରେ ମାର୍ଚ୍ଚ ୧ରୁ ୧୫ ଯାଏ ଛାତ୍ରଛାତ୍ରୀମାନେ ଆବେଦନ କରିବେ ।

ପ୍ରଥମ ରାଉଣ୍ଡ ଆଡମିଶନ ଏପ୍ରିଲ ୩ରୁ ୧୨ ଯାଏ ଏବଂ ଦ୍ୱିତୀୟ ରାଉଣ୍ଡ ଆଡମିଶନ୍ ଏପ୍ରିଲ୍ ୨୭ରୁ ୩୦ ଯାଏ ହେବ । କେବଳ ପ୍ରଥମ ଶ୍ରେଣୀରୁ ଆଡମିଶନ ଲାଗି ୨୫ ପ୍ରତିଶତ EWS କୋଟାରେ ଆଡମିଶନ ପାଇଁ ଗାଇଡ ଲାଇନ୍ ରହିଛି । ମାତ୍ର ପୂର୍ବରୁ ସ୍କୁଲ ସ୍ତରରେ ଆଡମିଶନ ହେଉଥିବାରୁ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିଲା । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos