ପ୍ରବାସୀଙ୍କ ପାଇଁ ଟିଏମସି ପୁଣି କାର୍ଯ୍ୟକାରୀ କରାଯାଉ: ସମୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତି ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରିଛନ୍ତି। ପ୍ରବାସୀଙ୍କ ପାଇଁ ଟିଏମସି ପୁଣି କାର୍ଯ୍ୟକାରୀ କରିବାକୁ ଦାବି କଲେ ସମୀର।  ଗତଥର ପ୍ରବାସୀଙ୍କ ପାଇଁ ଟିଏମସି କରାଯାଇଥିଲା। ଏଥର କିନ୍ତୁ ନାହିଁ ବୋଲି ସେ କହିଛନ୍ତି। ସମୀର କହିଛନ୍ତି ଯେ, ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ୧୯ ହଜାରରୁ ଅଧିକ ରୋଗୀ ବାହାରୁଛନ୍ତି। ପ୍ରବାସୀମାନେ ମଧ୍ୟ ପହଂଚିଲେଣି।  ଗତ ଥର ଟିଏମସି ଗୁଡିକ କରାଯାଇଥିଲା । ଏଥର […]

sameer-mohanty

sameer-mohanty

Tapas Behera
  • Published: Sunday, 16 May 2021
  • Updated: 16 May 2021, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତି ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରିଛନ୍ତି। ପ୍ରବାସୀଙ୍କ ପାଇଁ ଟିଏମସି ପୁଣି କାର୍ଯ୍ୟକାରୀ କରିବାକୁ ଦାବି କଲେ ସମୀର।  ଗତଥର ପ୍ରବାସୀଙ୍କ ପାଇଁ ଟିଏମସି କରାଯାଇଥିଲା। ଏଥର କିନ୍ତୁ ନାହିଁ ବୋଲି ସେ କହିଛନ୍ତି। ସମୀର କହିଛନ୍ତି ଯେ, ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ୧୯ ହଜାରରୁ ଅଧିକ ରୋଗୀ ବାହାରୁଛନ୍ତି। ପ୍ରବାସୀମାନେ ମଧ୍ୟ ପହଂଚିଲେଣି।  ଗତ ଥର ଟିଏମସି ଗୁଡିକ କରାଯାଇଥିଲା । ଏଥର କିନ୍ତୁ ତାହା ନାହିଁ । ଟିଏମସିରେ ବ୍ୟବହୃତ ହୋଇଥିବା ସମସ୍ତଂ ସାମଗ୍ରୀ ଗଲା କୁଆଡେ ? ଟିଏମସି ଗୁଡିକ ପୁଣି କାର୍ଯ୍ୟକାରୀ ହେବା ଆବଶ୍ୟକ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରସ୍ତାବ ଦେଇଥିଲେ । ସବୁ ଦଳର ସଦସ୍ୟକୁ କ୍ରାଇସିସ ମେନେଜମେଣ୍ଟ  କମିଟି କରିବା ଆବଶ୍ୟକ। ଟେଷ୍ଟିଂ ଆବଶ୍ୟକ ଅନୁସାରେ ହେଉନାହିଁ ।ଟେଷ୍ଟିଂ ଲାଗି  ଲାଇନ ଲଗାଇ ଲୋକମାନେ ରିପୋର୍ଟ ନେଉଛନ୍ତି । ରିପୋର୍ଟ ଆସିଲାବେଳକୁ ବିଳମ୍ବ ହେଉଛି। ତେଣୁ ଟେକନୋଲୋଜି ବ୍ୟବହାର କରି ମୋବାଇଲ ଜରିଆରେ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ଗ୍ରାମାଞ୍ଚଳରେ ଟିକା କରଣକରିବା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ହେଲେ ତାହା କେଉଁଠି ବିନିଯୋଗ ହୋଇଛି ? କରୋନାକୁ ରୋକିବା ପାଇଁ ସାହି ମୁରବି , ପଂଚୟତ ସ୍ତରରେ ଲୋକଙ୍କୁ ନେଇ ୱାର୍ଡ, ବ୍ଲକ, ପଂଚୟତ ସ୍ତରରେ କମିଟି କରିବା ଆବଶ୍ୟକ। ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos