୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଆମ ମାନଙ୍କୁ ସଂକଳ୍ପ ନେବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଆଜି ୮୬ତମ ଉତ୍କଳ ଦିବସ ଅବସରରେ ଓଡ଼ିଶାର ଲୋକଙ୍କ ସହ ଭର୍ଚୁଆଲ ମୋଡରେ କଥା ହୋଇ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଏକ ମହାନ ଲକ୍ଷ୍ୟ […]

Dharmendra-Pradhan

Dharmendra-Pradhan

Ordigital Desk
  • Published: Thursday, 01 April 2021
  • Updated: 01 April 2021, 03:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଆମ ମାନଙ୍କୁ ସଂକଳ୍ପ ନେବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଆଜି ୮୬ତମ ଉତ୍କଳ ଦିବସ ଅବସରରେ ଓଡ଼ିଶାର ଲୋକଙ୍କ ସହ ଭର୍ଚୁଆଲ ମୋଡରେ କଥା ହୋଇ ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ। ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ମହାପୁରୁଷମାନେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ। ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବରପୂତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପଶ୍ଚିମବଙ୍ଗର ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

ସେ କହିଛନ୍ତି ଯେ ୨୦୩୬କୁ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ସେହିପରି ୨୦୪୭କୁ ମଧ୍ୟ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ। ଏହି ସମୟ ମଧ୍ୟରେ ଆମେ ଓଡ଼ିଶାକୁ ଶକ୍ତିଶାଳୀ ସମାଜ କରିବାକୁ ହେବ। କେବଳ ଭାରତବର୍ଷରେ ନୁହେଁ ବରଂ ବିଶ୍ୱରେ ଏକ ସମୃଦ୍ଧ ଅଂଚଳ ଭାବରେ ଗଢ଼ି ତୋଳିବାର ଦାୟିତ୍ୱ ଆମେ ନେବା ଦରକାର।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି ଅନେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ। ଉତ୍କଳ ସମ୍ମିଳନୀ ମଧୁସୂଦନ ଦାସଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଜୋରଦାର ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା।

ଆମର ଓଡ଼ିଆ ଗାଥାକୁ ମନେ ପକାଇଲେ ଓଡ଼ିଆଙ୍କ ମନରେ ଏକପ୍ରକାର ଶିହରଣ ଜାଗି ଉଠେ। ରାଜା ଖାରବେଳଙ୍କ ଠାରୁ ଆରମ୍ଭ କରି ନରସିଂହ ଦେବ, ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ନେତୃତ୍ୱଙ୍କୁ ଅନୁସରଣ କଲେ ଓଡ଼ିଆ ଜାତି କେବେ ବି ମୁଣ୍ଡ ନୁଆଇଁ ନଥିଲା। ଓଡ଼ିଆ ଜାତି, ଭାଷା, ସଂସ୍କୃତି ଓ ଏହାର ପରମ୍ପରା ଅନନ୍ୟ। ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ, ରଘୁରାଜପୁରର ପଟ୍ଟଚିତ୍ର, ଓଡ଼ିଆ ଖାଦ୍ୟ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛି। ରାଜ୍ୟ କେବଳ ବାହ୍ୟ ଶତ୍ରୁର ଆକ୍ରମଣରୁ ନୁହେଁ ବରଂ ଦୁର୍ଭିକ୍ଷ, ମରୁଡ଼ି, ବାତ୍ୟାକୁ ମଧ୍ୟ ସହ୍ୟ କରିପାରି ନିଜର ପ୍ରବାହ ଜାରୀ ରଖିଛି।

ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ, ଖଣିଜ ସମ୍ବଳ, ପରିଶ୍ରମୀ ଓ ବୌଦ୍ଧିକ କ୍ଷମତା ସମ୍ପନ୍ନ ମାନବ ସମ୍ବଳ ସହ ରହିଛି। ଉତ୍କଳ ଦିବସର ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରୁଛି ଯେ ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାବାସୀ ଅତୀତ ଭଳି ବର୍ତ୍ତମାନ ମଧ୍ୟ ପରିଶ୍ରମ କରିବାର ଅଧିକ କ୍ଷମତା ପାଆନ୍ତୁ ଓ ସମସ୍ତେ ନିଜ ବ୍ୟକ୍ତଗତ ଜୀବନ ସହ ସାମାଜିକ ଜୀବନରେ ଅଧିକ ସଫଳ ହୁଅନ୍ତୁ। ଯେଉଁ ସଫଳତା ବିଶ୍ୱ ମାନବ ସଭ୍ୟତା ପାଇଁ ମଧ୍ୟ ସଫଳତା ଆଣିଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଫେସବୁକରେ ପଚରାଯାଇଥିବା ଓଡ଼ିଆ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଶ୍ରୀମନ୍ଦିରର ବିକାଶ ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ଯେ ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଇତିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଆସି ନିଜ ଦରମାରୁ ୧ ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ସମସ୍ତେ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗୀ ହେଲେ ବ୍ୟାଙ୍କ୍ ଗୁଡିକ ମଧ୍ୟ ଏଥିପାଇଁ ଭାଗିଦାରୀ ହେବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିକୁ ଆଗେଇ ନେବା, ଭାବଗତ ସମ୍ପର୍କ ସହ ମାଲକାନଗିରି ସମେତ ରାଜ୍ୟରେ ସୀମା ବିବାଦର ସ୍ଥାୟୀ ସମାଧାନ ହେବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story