ଜନ୍ମମାଟିରେ ଥିବା ବେଳେ ଖୁସି ଖବର ପାଇଥିଲେ LG ଚଣ୍ଡିପ୍ରସାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବର୍ତ୍ତମାନ ଲେଫ୍ଟନାଣ୍ଟ ଜେନେରାଲ ଥିବା ଚଣ୍ଡିପ୍ରସାଦ ମହାନ୍ତି  ପ୍ରଥମ ଓଡ଼ିଆ ଭାବେ ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଗତକାଲି ଜନ୍ମ ମାଟି ଓଡ଼ିଶାରେ ଥିବା ବେଳେ ହିଁ ସେ  ଏହି ଖୁସି ଖବର ପାଇଥିଲେ । ଗତକାଲି ଓଡ଼ିଶା ଆସି ଗୋପାଳପୁରସ୍ଥିତ ଆର୍ମି କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏହି ଖବର ପାଇ ବେଶ୍‌ ଆନନ୍ଦିତ ହୋଇପଡ଼ିଥିଲେ ଚଣ୍ଡି ପ୍ରସାଦ। ସ୍ୱତନ୍ତ୍ର ହେଲିକପକ୍ଟର ଯୋଗେ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା […]

lg-1

lg-1

Niharika Rout
  • Published: Tuesday, 19 January 2021
  • Updated: 19 January 2021, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବର୍ତ୍ତମାନ ଲେଫ୍ଟନାଣ୍ଟ ଜେନେରାଲ ଥିବା ଚଣ୍ଡିପ୍ରସାଦ ମହାନ୍ତି  ପ୍ରଥମ ଓଡ଼ିଆ ଭାବେ ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଗତକାଲି ଜନ୍ମ ମାଟି ଓଡ଼ିଶାରେ ଥିବା ବେଳେ ହିଁ ସେ  ଏହି ଖୁସି ଖବର ପାଇଥିଲେ । ଗତକାଲି ଓଡ଼ିଶା ଆସି ଗୋପାଳପୁରସ୍ଥିତ ଆର୍ମି କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏହି ଖବର ପାଇ ବେଶ୍‌ ଆନନ୍ଦିତ ହୋଇପଡ଼ିଥିଲେ ଚଣ୍ଡି ପ୍ରସାଦ।

ସ୍ୱତନ୍ତ୍ର ହେଲିକପକ୍ଟର ଯୋଗେ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏପରି ଭାବେ ନିଜ ଖୁସି ବ୍ୟକ୍ତ କରିଛନ୍ତି  ଚଣ୍ଡି ପ୍ରସାଦ । ନିଜ ଜନ୍ମ ମାଟିରେ ଥିବା ବେଳେ ଏପରି ଖୁସି ଖବର ପାଇବା ମୋ ପାଇଁ ବହୁତ ବଡ଼ ସୌଭାଗ୍ୟ ବୋଲି କହିଛନ୍ତି।

ଜାନୁଆରୀ ୩୧ରେ ବର୍ତ୍ତମାନ ସେନା ବାହିନୀର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଅବସର ଗ୍ରହଣ କରିବେ। ଏହାପରେ ଜେନେରାଲ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ । ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ପଦରେ ବସିବା ପରେ ଦାୟିତ୍ୱ ଅଧିକ ବଢ଼ିଯିବ । ହେଲେ ଓଡ଼ିଶାବାସୀଙ୍କ ପାଇଁ ଯାହା କରିହେବ କରିବି ବୋଲି ସେ କହିଛନ୍ତି ।  ଓଡ଼ିଆ ପିଲା ବେଶି ସଂଖ୍ୟାରେ ସେନାରେ ପଶିପାରୁ ନ ଥିବା ବେଳେ କାର୍ଯ୍ୟରେ ଯୋଗ ଦେବା ପରେ ଏଥିପ୍ରତି ଦୃଷ୍ଟି ଦେବି। କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବିବୋଲି ମଧ୍ୟ କହିଛନ୍ତି।

ଓଡ଼ିଆ ପିଲାମାନେ ବିହାର, ମହା ରେଜିମେଣ୍ଟରେ ଯାଉଛନ୍ତି। ତେଣୁ  କଳିଙ୍ଗ ରେଜିମେଣ୍ଟ ହେବ କି ପ୍ରଶ୍ନରେ  ସ୍ୱାଧିନତା ପରଠୁ କେବଳ ନାଗା ରେଜିମେଣ୍ଟ ହୋଇଛି, ଯେଉଁଥିରେ କି ୨ଟି ବାଟାଲିୟନ ଅଛି। ତେଣୁ କଳିଙ୍ଗ ରେଜିମେଣ୍ଟ ହେବା କଥା ଏବେ କିଛି କହି ହେବନି ବୋଲି କହିଥିଲେ ଚଣ୍ଡି ପ୍ରସାଦ।

ରାଜ୍ୟ ସୈନିକ ବୋର୍ଡ, ଜିଲ୍ଲା ସୈନିକ ବୋର୍ଡରେ ଅଧିକ ଅଭିଯୋଗ ଆସୁଥିବା ସମ୍ପର୍କରେ ଅବଗତ କରାଇବାରୁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିବା କହିଛନ୍ତି। ପାରୁ ପର୍ଯ୍ୟନ୍ତ ମୋ ଦ୍ୱାରା ଯାହା ହୋଇପାରିବ କରିବି। ଏବେ ଆର୍ମିରେ ଝିଅଙ୍କ ପାଇଁ ବହୁତ ସୁବିଧା ହୋଇଗଲାଣି।  ଓଡ଼ିଶାର ଝିଅ ଆର୍ମିରେ ଜଏନ କରନ୍ତୁ।   କୋର ଅଫ୍‌ ମିଲିଟାରି ପୁଲିସ୍‌ରେ ବି ବହୁତ ସୁଯୋଗ ଅଛି। କିନ୍ତୁ ଏଥିନିମନ୍ତେ ଟ୍ରେନିଂ ନେବା ଦରକାର। ଏହା ଏତେ ସହଜ ନୁହେଁ। ନିଯୁକ୍ତି ପ୍ରକିୟା ବି ବେଶି ସହଜ ନୁହେଁ।  ସ୍ୱାସ୍ଥ୍ୟଗତ ଓ ଶାରୀରିକ ସୁସ୍ଥତାକୁ ମଧ୍ୟ ଏଠାରେ ପ୍ରାଥମିକତା ଦିଆଯାଏ। ତେଣୁ ଏ ସବୁକୁ ଚିନ୍ତା କରି ଆର୍ମି ଜଏନ କରିବାକୁ ସେ ଓଡ଼ିଆ ଯୁବ ଗୋଷ୍ଠିଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ ଆର୍ମି ନୁହେଁ ଏୟାରଫୋର୍ସ, ନେଭିରେ ମଧ୍ୟ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲା ଜୟବଡ଼ର ପୁଅ LG ଚଣ୍ଡିପ୍ରସାଦ ମହାନ୍ତି ଏବେ ଜନ୍ମ ମାଟିରେ ଥିବା ବେଳେ ଆଜି ୧୨୦ ବାଟାଲିୟନରେ ପୂର୍ବତନ ସୈନିକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ସୈନିକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗେଦେବେ ।

ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢିଥିବା ଏହି ଓଡିଆ ପୁଅ, ନ୍ୟାସନାଲ ଡ଼ିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ଟ୍ରେନିଂ ନେଇଛନ୍ତି । ରାଜପୁତ ରେଜିମେଣ୍ଟରେ ୧୯୮୨ ବ୍ୟାଚ୍ ଇନଫାନଟ୍ରି ଅଫିସର ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି।

ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟରେ ସେ ଚୀନ୍ ଏବଂ ପାକିସ୍ତାନ ସୀମା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱ ତୁଲାଇଛନ୍ତି । ସେ ଜମ୍ମୁ କଶ୍ମୀରରେ କମ୍ପାନୀ କମାଣ୍ଡର ସହ ଏଲଓସିରେ ବାଟାଲିଅନ କମାଣ୍ଡର ରହିସାରିଛନ୍ତି  । ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ଅଲ୍ କ୍ଲିୟରରେ ଚଣ୍ଡିପ୍ରସାଦଙ୍କ ବାଟାଲିୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ।
https://youtu.be/7Fic1ofxVAI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story